ଅପରାଧ ବ୍ରାଉନସୁଗାର ଜବତ – ୩ ଗିରଫ Angul OnlineFebruary 5, 2023February 5, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ପ୍ରାୟ ତିନି ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଡ଼ଅଁରା ଗାଁର ଦିଲ୍ଲୀପ ବେହେରା , ବିରାଦରପଡାର ଅଖି ନାଏକ ଏବଂ ରେଣୁ ନାଏକ । ଅନେକ ଦିନ ହେଲା ତାଳଚେର କୋଳିୟାରୀ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ପୁଲିସ ସନ୍ଦେହ କରି ଏମାନଙ୍କ ଉପରେ ନଜର ରଖିଥିଲା । ଆଉ ଆଜି ଗ୍ରାହକ ଅପେକ୍ଷାରେ ଥିବା ବେଳେ ସୂଚନା ପାଇ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨ . ୭୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । Advertisement
୨ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରି ବିଭାଗ୍କୁ ପୁଣି ଏକ ବ୍ରାଉନସୁଗାର ମାମଲାରେ ସଫଳତା ମିଳିଛି । ଆଜି ଅବକାରି ବିଭାଗର ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ ଏବଂ…
ଏ ଟି ଏମ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଦେଖିବାକୁ…
ଭୁଜାଲି ଦେଖାଇ ଲୁଟିନେଲେ ତିନି ଲକ୍ଷ ଟଙ୍କା ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୁରରେ ଭୁଜାଲୀ ଦେଖାଇ ତିନି ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ଵୃତ୍ତ । ସୂଚନା…