ମୁଖ୍ୟ ଖବର ରାସ୍ତା ଉପରେ ଜଳିଗଲା ବୁଲେଟ Angul OnlineJune 29, 2021June 29, 2021 ଅନୁଗୁଳ – ରାସ୍ତା ଉପରେ ଜଳିଗଲା ବୁଲେଟ । ଆଉ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳି ପାଉଁଶ ପାଲଟିଗଲା । ଦେଖଣାହାରୀ ହୋଇ ରହିଗଲେ ଗାଡି ମାଲିକ ଆଉ ସ୍ଥାନୀୟ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କୁମଣ୍ଡ ଠାରେ । ସୂଚନା ଅନୁସାରେ ସର୍ବେଶ୍ଵର ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ତାଙ୍କ ବୁଲେଟରେ ଅନୁଗୁଳରୁ ଜିନ୍ଦଲ ଆଡକୁ ଯାଉଥିବା ବେଳେ କୁମଣ୍ଡ ଠାରେ ଥିବା ଏକ ହୋଟେଲ ସାମ୍ନାରେ ଗାଡିକୁ ଅଟକାଇ ଖାଇବାକୁ ଯାଇଥିଲେ । ରାସ୍ତା କଡରେ ତାଙ୍କ ବୁଲେଟଟି ଛିଡା ହୋଇଥିବା ବେଳେ ହଠାତ ଧୂଆଁ ବାହାରିବା ସହ ନିଆଁ ଲାଗି ଯାଇଥିଲା । ଆଉ ସଙ୍ଗେ ସଙ୍ଗେ ନିଆଁ ହୁ ହୁ ହୋଇ ଜାଲିଥିଲା । କେହି କିଛି ବୁଝିବା ଆଗରୁ ନିଆଁ ଖୁବ ଜୋରରେ ଲାଗିବାରୁ ଭୟରେ କେହି ପାଖ ପଶି ନଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । Advertisement
ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ଯୁ ହୋଇଛି । ମୃତକ ଜଣଙ୍କ ହେଲେ ଗୁରୁଧି ଗ୍ରାମର…
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
୫ଟି ଉପକ୍ରମରେ ୯୦ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ଅନୁଗୁଳ – ଉପଯୁକ୍ତ ଶୌଖିକ ପରିବେଶ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଆରମ୍ଭ କରିଛନ୍ତି ରୁପାନ୍ତରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲାରେ ଆଜି…