ମୁଖ୍ୟ ଖବର ରାସ୍ତା ଉପରେ ଜଳିଗଲା ବୁଲେଟ Angul OnlineJune 29, 2021June 29, 2021 ଅନୁଗୁଳ – ରାସ୍ତା ଉପରେ ଜଳିଗଲା ବୁଲେଟ । ଆଉ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳି ପାଉଁଶ ପାଲଟିଗଲା । ଦେଖଣାହାରୀ ହୋଇ ରହିଗଲେ ଗାଡି ମାଲିକ ଆଉ ସ୍ଥାନୀୟ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କୁମଣ୍ଡ ଠାରେ । ସୂଚନା ଅନୁସାରେ ସର୍ବେଶ୍ଵର ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ତାଙ୍କ ବୁଲେଟରେ ଅନୁଗୁଳରୁ ଜିନ୍ଦଲ ଆଡକୁ ଯାଉଥିବା ବେଳେ କୁମଣ୍ଡ ଠାରେ ଥିବା ଏକ ହୋଟେଲ ସାମ୍ନାରେ ଗାଡିକୁ ଅଟକାଇ ଖାଇବାକୁ ଯାଇଥିଲେ । ରାସ୍ତା କଡରେ ତାଙ୍କ ବୁଲେଟଟି ଛିଡା ହୋଇଥିବା ବେଳେ ହଠାତ ଧୂଆଁ ବାହାରିବା ସହ ନିଆଁ ଲାଗି ଯାଇଥିଲା । ଆଉ ସଙ୍ଗେ ସଙ୍ଗେ ନିଆଁ ହୁ ହୁ ହୋଇ ଜାଲିଥିଲା । କେହି କିଛି ବୁଝିବା ଆଗରୁ ନିଆଁ ଖୁବ ଜୋରରେ ଲାଗିବାରୁ ଭୟରେ କେହି ପାଖ ପଶି ନଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । Advertisement
ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ ଅନୁଗୁଳ – ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା…
ଦିନରେ ଗଲା ଜୀବନ , ରାତିରେ ଲୁଟିନେଲେ ଧନ ଅନୁଗୁଳ – କୁହାଯାଏ ଦୁଃଖ ଯେତେବେଳେ ଆସେ ପଛକୁ ପଛ ଆସେ । ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ପରିବାର ଉପରେ…
ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ – ତିନି ଗୁରୁତର ଅନୁଗୁଳ – ଅନୁଗୁଳ କୁଲାଡ଼ ମା’ ବ୍ରାହ୍ମଣୀଦେଇ ପୀଠ ଅଞ୍ଚଳରେ ଅଘଟଣ । ଏକ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର । ସେମାନେ…