ମୁଖ୍ୟ ଖବର ଦୁର୍ଘଟଣାଗ୍ରସ୍ତ ହାଇୱା ସହ ବସ ଧକ୍କା – ଡ୍ରାଇଭର ମୃତ Angul OnlineApril 16, 2024April 16, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇୱା ଗାଡିକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଡ଼ଲଫିନ ନାମକ ଏକ ଘରୋଇ ନାଇଟ କୋଚ୍ ବସ ପୁରୀ ଅଭିମୁଖେ ପ୍ରାୟ ୩୦ ଯାତ୍ରୀଙ୍କୁ ଯାଉଥିଲା । ତେବେ ଜାତୀୟ ରାଜପଥ ୫୫ ର ଜରପଡ଼ା ନିକଟରେ ଏକ ଦୁର୍ଘଟଣା ଗ୍ରସ୍ତ ଗାଡି ସହ ଭୋର ପ୍ରାୟ ୪ ଟା ବେଳେ ବସ ଟି ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ଗାଡି ଏତେ ଜୋରରେ ଧକ୍କା ହୋଇଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସ୍ଥାନୀୟ ଲୋକ ଓ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବସଯାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି । Advertisement
କଟକଣା ପରେ ବଢିଛି ପେଟ୍ରୋଲ କଳାବଜାରୀ ଅନୁଗୁଳ – ସରକାରଙ୍କ ନୁଆଁ କଟକଣା ଏବେ ସମସ୍ତ ସାଧାରଣବର୍ଗ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଅସାଧୁ ବେପାରୀଙ୍କୁ ବେଶ ସୁହାଇଛି । ସରକାର ପ୍ଲାଷ୍ଟିକ…
ଫାଶ ପକାଇ ମାରିଦେଲେ ଦନ୍ତା ହାତୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀ ମରିଥିବା ଆଜି ସକାଳେ…
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…