ସକାଳୁ ଗଡ଼ିଲା ନାହିଁ ବସ – ସନ୍ଧ୍ୟାରେ ପ୍ରଶାସନ ଦେଲା ପ୍ରତିଶୃତି

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ଵଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ଆଜି  ତାଳଚେର ବସ ମାଲିକ ସଙ୍ଘ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ବସ ଚଳାଚଳ ବନ୍ଦ କରାଯାଇଥିଲା । ଏଥିପାଇଁ ସକାଳୁ ସମସ୍ତ ବସ ଚଳାଚଳ ବନ୍ଦ ହୋଇଥିଲା । ଏଥିପାଇଁ ତରବରିଆ ଭାବେ ସନ୍ଧ୍ୟାରେ ପ୍ରଶାସନ ବୈଠକ ଡାକି ଆଲୋଚନା କରିବା ସହ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛି । 

ସୂଚନା ଅନୁସାରେ , ତାଳଚେର ଦେଇ ଯାଇଥିବା ୧୪୯ ଓ ୫୩ ନଂ ଜାତୀୟ ରାଜପଥର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାରେ ବଡ଼ବଡ଼ ଗାତ ହୋଇଥିବାବେଳେ ବସ ଗୁଡିକ ଗାତରେ ପଡି ଭାଙ୍ଗିବାସହ ଗନ୍ତବ୍ୟ ସ୍ଥାନରେ ସଠିକ ସମୟରେ ପହଞ୍ଚି ପାରୁନାହିଁ । ତା ସହିତ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଥିବା ବେଳେ ଅକାରଣରେ ଜୀବନ ହାନି ଘଟିବା ସହ ରାସ୍ତାରେ ପ୍ରତ୍ୟକ ଦିନ ଜାମ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବସ ମାଲିକ । ତେଣୁ ରାସ୍ତାର ତୁରନ୍ତ ମରାମତି କରିବାକୁ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବହାରିପାରିଲା ନାହିଁ । ଯାହାକୁ ନେଇ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରୁ ବସ ଚଳାଚଳକୁ ବନ୍ଦ ଡାକରା ସଙ୍ଘ ଦେଇଥିଲା । ଏହି ବନ୍ଦକୁ ଟାଟା ମ୍ୟାଜିକ ସଙ୍ଘ ସହ ବିଭିନ୍ନ ବଣିକ ସଙ୍ଘ ସମର୍ଥନ କରିଥିଲେ ।  ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ବସ ମାଲିକ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଅନ୍ୟପଟେ ଏହି ବସ ଚଳାଚଳ ବନ୍ଦ କୁ ନେଇ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଫଳରେ ସନ୍ଧ୍ୟାରେ ତାଳଚେର ଉପ-ଜିଲ୍ଲାପାଳ ବସ ମାଲିକ ସଂଘ ସହିତ ଆଲୋଚନା କରିଥିଲେ । ଆଉ ଖୁବଶୀଘ୍ର ଦୁଇ ଜାତୀୟ ରାଜପଥର ମରାମତି କରିବାକୁ ପ୍ରତିଶୃତି ଡ଼ିଆ ଯାଇଛି । ଫଳରେ ବସ ମାଲିକ ସଂଘ ଆନ୍ଦୋଳନରୁ ବର୍ତ୍ତମାନ ପାଇଁ ଓହଡି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *