ମୁଖ୍ୟ ଖବର ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଡାକରା Angul OnlineNovember 10, 2022November 10, 2022 ତାଳଚେର – ଆସନ୍ତାକାଲି (ଶୁକ୍ରବାର) ତାଳଚେର ଓ ପାଲଲହଡା ୧୨ ଘଣ୍ଟିଆ ବନ୍ଦ । ତାଳଚେର ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନେକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ମୁଖ୍ୟତଃ ତାଳଚେର ପୁଲିସ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଆଣିବା ସହ ତାଳଚେର କୋର୍ଟରେ କାର୍ଯ୍ୟରତ କୋର୍ଟ ସବ ଇନ୍ସପେକ୍ଟରଙ୍କ ବଦଳି ଦାବି କରି ଏହି ବନ୍ଦ ଡାକରା ଦିଆ ଯାଇଛି । ଓକିଲ ସଂଘର ଅଭିଯୋଗ ଅନୁସାରେ କୋର୍ଟ CSI ଓକିଲ ସଂଘ ସଭାପତି ସନ୍ତୋଷ ସାହୁଙ୍କ ସମେତ ଆଉ କିଛି ଆଇନଜୀବୀଙ୍କ ନାମରେ ଗତ ୨୬ ତାରିଖ ଦିନ ଉଦ୍ଦେଶ୍ୟ ମୂଳକ ଭାବରେ ଏକ ମିଥ୍ୟା ଅଭିଯୋଗ କରିଥିଲେ । ଏଥିପାଇଁ ଏହାର ପ୍ରତିବାଦ କରି ୨୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରା ଯାଇଥିଲା । ଓକିଲଙ୍କ ନାମରେ ଦିଆଯାଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର ଓ ଏ ଘଟଣା ରେ ସଂଶ୍ଲିଷ୍ଟ ଥିବା ପୁଲିସ ଅଧିକାରୀଙ୍କୁ ସ୍ଥାନାନ୍ତର ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନରେ କରିଥିଲା ଓକିଲ ସଂଘ । ଓକିଲଙ୍କ ଆନ୍ଦୋଳନ ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୂର ଦୂର ଆସୁଥିବା ଲୋକେ କୋର୍ଟରେ ନିଜର କାମ ନକରି ପାରି ହଇରାଣ ହରକତ ହେଉଛନ୍ତି । ଏନେଇ ସମସ୍ତ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏଥିପାଇଁ ଓକିଲ ସଂଘ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସ୍କୁଲ କଲେଜ ଓ ଅତ୍ୟାବଶ୍ୟକ ଦୋକାନକୁ ଛାଡିଦେଲେ ଅନ୍ୟ ସବୁ ଅନୁଷ୍ଠାନ ଓ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଓକିଲ ସଂଘ ସଭାପତି ସନ୍ତୋଷ ସାହୁ ସୂଚନା ଦେଇଛନ୍ତି । ଦାବି ପୂରଣ ନହେଲେ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । Advertisement
ଡାକ୍ତର ଧୀରେନ ପ୍ରଧାନଙ୍କ ପରଲୋକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧୀରେନ କୁମାର ପ୍ରଧାନଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ଗତ କିଛି ଦିନ…
ମାଲିକାଣୀକୁ ହତ୍ୟା କରି ଘରୁ ଲୁଟ କଲା ଡ୍ରାଇଭର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁରେ ମାଲିକାଣୀକୁ ହତ୍ୟା କରି ଟଙ୍କା ସୁନା ଲୁଟ କଲା ଡ୍ରାଇଭର । ରାତିରେ ଘରେ ଅନ୍ୟ…
ଯୁବତୀଙ୍କୁ ଅସଦାଚରଣ କରି ବିଜେପି ଯୁବନେତା ଗିରଫ – କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ ଓ ବିଜେଡି ଅନୁଗୁଳ – ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁଲିସ ବିଜେପିର ଯୁବ…