ମୁଖ୍ୟ ଖବର ସାତକୋଶିଆରେ କୁମ୍ଭୀର ଗଣୁଛି ବନବିଭାଗ Angul OnlineJanuary 6, 2023January 6, 2023 ଅନୁଗୁଳ – ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ୪ ଦିନ ଧରି କୁମ୍ଭୀର ଗଣନା ପରେ ୧୦ ତାରିଖରେ ପକ୍ଷୀ ଗଣନା ହେବ । ଏ ନେଇ ଟିକରପଡ଼ା କୁମ୍ଭୀର ଫାର୍ମ ସମ୍ମିଳନୀ କକ୍ଷଠାରେ ଗୁରୁବାର ବନ କର୍ମଚାରୀଙ୍କ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା , ଏସିଏଫ୍ ଶୁଭେନ୍ଦୁ ବେହେରା ବନ୍ୟପ୍ରାଣୀ ଚିକିତ୍ସକ ଡା . କିଶୋର ସାହୁ ଯୋଗ ଦେଇ କୁମ୍ଭୀର ଓ ପକ୍ଷୀ ଗଣନାର ଉପାୟ , ସତର୍କତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେହି ଅନୁଯାୟୀ ଆଜିଠାରୁ ମୋଟ ୧୨ଟି ୟୁନିଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସାତକୋଶିଆରେ ୬ଟି ଓ ଆଠମଲ୍ଲିକ ଇଲାକାରେ ୬ଟି ୟୁନିଟ କୁମ୍ଭୀର ଓ ପକ୍ଷୀ ଗଣନା କରିବେ । ଟିକରପଡ଼ାରୁ ବିନିକେଇ , ବିନିକେଇରୁ ପତାକା , ଟିକରପଡାରୁ କଟରଙ୍ଗ , କଟରଙ୍ଗରୁ ବାଲିପୁଟ , ବାଲିପୁଟରୁ ଚକ୍ରଗଡ଼ , ସେହି ପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା , ଲୁଣାହାଣ୍ଡି , ବେଲପୁଞ୍ଜି ମଠ , ଶିଶୁ ପଥର ଡ୍ୟାମ ଅଞ୍ଚଳର ବିଭିନ୍ନ ଜଳାଶୟ ଗଣତି ହେବ । ମୋବାଇଲ ଟ୍ରାକିଂ , ଜିପିଏସ୍ ସହ ବାଇନାକୁଲାର ଓ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ସେହିପରି ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ୯ ତାରିଖରେ ସରିବ । ଏହି ଗଣନା ସମୟରେ ସାତକୋଶିଆ ମହାନଦୀରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା , ମାଛମରା ଡଙ୍ଗା ଆଦି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । Advertisement
ଦୁର୍ନୀତିଗ୍ରସ୍ତଙ୍କ ଡେପୁଟି କଲେକ୍ଟରଙ୍କୁ ୫ଟି ଛାଟ – ବାଧ୍ୟତାମୂଳକ ଅବସର ପାଇଁ ନିର୍ଦେଶ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ…
ସଡକ ଦୁର୍ଘଟଣା ନେଲା ଦୁଇ ଜୀବନ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଭଣ୍ଡୁବର ଛକ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା ହେବ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।…
୫.୭୮ କୋଟିରେ ହେବ ସହର ଭିତର ରାଜପଥ ଉନ୍ନତିକରଣ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥର ଉନ୍ନତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବିବରଣୀରୁ ପ୍ରକାଶ ଯେ, ଅନୁଗୁଳ ସହର…