ସେଣ୍ଟ୍ରାଲ ଗଣେଶ ପୂଜା କମିଟି ବୈଠକ ଅନୁଷ୍ଠିତ

ଅନୁଗୁଳ – ଅନୁଗୁଳ ମିଶ୍ରପଡା ସ୍ଥିତ ଏକ ହୋଟେଲର ହଲରେ ଅନୁଗୋଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ସେଣ୍ଟାଲ ପୂଜା କମିଟି ସଭାପତି ସୌମ୍ୟରଞ୍ଜନ ସାହୁ, ସମ୍ପାଦକ ଦିପୁନ ବେହେରା, ଉପସଭାପତି ଆକାଶ ମହାରଣା,ଶାନ୍ତନୁ ସେଠି, ସହସମ୍ପାଦକ ସୁଶୀଲ ମୁଖି, କୋଷାଧକ୍ଷ ସୁଶାନ୍ତ ସାମଲ, ଉପଦେଷ୍ଟା ଭାବେ ବ୍ରହ୍ମଜ୍ୟୋତି ମିଶ୍ର,ସୂର୍ଯ୍ୟକାନ୍ତ ନନ୍ଦ,ପ୍ରଦୁମ୍ନ ସାହୁ ଙ୍କ ସହିତ ମୋଟ ୧୫ ଟି ପୂଜା କମିଟିର ସଭାପତି ସମ୍ପାଦକ ଓ ସଦସ୍ୟ ଉପସ୍ଥିତ ଥିଲେ । ସଭାପତି ସୋମ୍ୟରଞ୍ଜନ ସାହୁଙ୍କ ନିବେଦନ କ୍ରମେ ସଭାକୁ ଉପଦେଷ୍ଟା ବ୍ରହ୍ମଜ୍ୟୋତି ମିଶ୍ର ପରିଚାଳନା କରିଥିଲେ । ପ୍ରଥମେ ଆମ ପୂଜା କମିଟିର ସଦସ୍ୟ ରାଜେଶ ମିଶ୍ର ଓ ଦେବାଶିଷ ମିଶ୍ର ଙ୍କ ପିତା ଯଜ୍ଞସ୍ୱର ମିଶ୍ରଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ନିରବ ପ୍ରାର୍ଥନା କରାଯାଇଥିଲା । କୁନି ଝିଅ ନିଷ୍ଠାଙ୍କ ଦ୍ୱାରା ସମସ୍ତ ପୂଜାକମିଟି ମାନଙ୍କୁ କ୍ରମାଗତ ଭାବେ ଟୁକନ ଦିଆଯାଇଥିଲା । ଯାହାର ଯେଉଁ ନମ୍ବର ହେଲା ସେ ପୂଜା କମିଟି ତାକୁ ମାନି କ୍ରମାଗତ ଭାବେ ମେଢ଼ ନେଇ ଯେବେ ବୋଲି ପ୍ରତିଶୁତି ଦେଲେ । ପ୍ରତେକ ବର୍ଷ ଜ଼ିଲ୍ଲାପ୍ରଶାସନ ଓ ସେଣ୍ଟ୍ରାଲ ପୂଜାକମିଟିକୁ ନେଇ ଯେଉଁ ସଭା ଅନୁଷ୍ଠିତ ହେଉ ଅଛି ଅତିରିକ୍ତ ଜ଼ିଲ୍ଲାପାଳ ଏଲକ୍ଟ୍ରି କର୍ମଚାରୀ, ମୁନ୍ସିପାଲଟି କର୍ମଚାରୀ, ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଯାହା ନିର୍ଦେଶ ଦେଉଛନ୍ତି ତାକୁ ସୁଚାରୁ ରୂପେ ପାଳୁନାହାନ୍ତି । ଅନୁଗୁଳ ମୁଖ୍ୟ ଚିକିତ୍ସାଲୟ ପାଖରେ ଯେଉଁ ପୂଜା କମିଟି ପହଁଚିବେ ସେ ତାଙ୍କ ସାଉଣ୍ଡ କୁ କମାଇ ଆଗକୁ ବଢିବେ । ଚିକିତ୍ସାଲୟରେ ଥିବା ରୋଗୀ ଯେଉଁପରି ହଇରାଣ ନ ହେବେ ସେ ନେଇ ଆଲୋଚନା ହୋଇଥିଲା । ଜ଼ିଲ୍ଲାପ୍ରଶାସନ ଓ ସେଣ୍ଟ୍ରାଲ ପୂଜା କମିଟିର ଆଲୋଚନା ପରେ ଯାହାବି ନିଷ୍ପତି ହେବ ତାକୁ ସମସ୍ତ ପୂଜା କମିଟି ତାଙ୍କର କାର୍ଯ୍ୟ ନିର୍ବାହ କରିବେ । ଯେଉଁ ପୂଜା କମିଟି ଆଇନକୁ ଅମାନ୍ୟ କରନ୍ତି କିମ୍ବା ଆଇନକୁ ହାତକୁ ନିଅନ୍ତି ସେଣ୍ଟ୍ରାଲ ପୂଜା କମିଟି ତାଙ୍କର କୌଣସି ବି କଥାକୁ ଗୁରୁତ୍ୱ ଦେବ ନାହିଁ । ସେଣ୍ଟ୍ରାଲ ପୂଜା କମିଟି ପୂଜା ପ୍ରସେସନ ସରିବା ପରେ ତା ୭/୦୯/୨୫ ରିଖ ରବିବାର ପୁନର୍ବାର ସଭା ବସିବ ଓ ସମସ୍ତ ହିସାବ କିତାବ ହେବା ପାଇଁ ମିଟିଙ୍ଗ ରେ ସ୍ଥିର ହେଲା 

Advertisement

Leave a Reply

Your email address will not be published. Required fields are marked *