ମୁଖ୍ୟ ଖବର ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ Angul OnlineSeptember 19, 2022September 19, 2022 ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର ସାମନ୍ତଙ୍କୁ ସଭାପତି , ଦିଲୀପ ପ୍ରଧାନଙ୍କୁ ସାଧାରଣ ସମ୍ପାଦକ , ଅକ୍ଷୟ ଦାସଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିଲା । ସହ କାର୍ଯ୍ୟକର୍ତ୍ତା ରୂପେ ନୂଆକରି ବଳରାମ ଜେନା , ପୂର୍ଣ୍ଣଚନ୍ଦ୍ର ରାଉତ , ରଞ୍ଜିତ ମଣ୍ଡେଠିଆ , ବିରେନ୍ଦ୍ର ନାୟକ , ବ୍ରଜବନ୍ଧୁ ସାହୁ , ସୁଧୀର ରଞ୍ଜନ ସାହୁଙ୍କୁ ସାମିଲ କରା ଯାଇଥିଲା । ଚଳିତ ଥର ଦୁର୍ଗା ପୂଜାରେ ୧୧ଟି ମେଢ଼ ଓ ଲକ୍ଷ୍ମୀ ପୂଜାରେ ୨୯ଟି ମେଢ଼ ହେବ । ଲକ୍ଷ୍ମୀ ପୂଜା ମେଲଣରେ ୧୧ଟି ପୂଜା କମିଟିର ମେଢ଼ ଭାଗ ନେବେ । ଦୁର୍ଗା ପୂଜା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ୬ ତାରିଖରେ ଭସାଣି ହେବ । ଲକ୍ଷ୍ମୀ ପୂଜା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ବିସର୍ଜନ ହେବ । ଦୂର୍ଗା ପୂଜାରେ ହେମସୂରପଡ଼ା ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହେବ । ପୂର୍ବପରି ସେଣ୍ଟ୍ରାଲ ସାଉଣ୍ଡ ଓ ସେଣ୍ଟ୍ରାଲ କମିଟିର ବସ୍ ଷ୍ଟାଣ୍ଡରେ ଏକ ଅଫିସ ରହିବ । ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୨ଟା ଯାଏ ଚାଲୁ ରଖିବାକୁ ପ୍ରଶାସନକୁ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଭକ୍ତି ପ୍ରସାଦ ଦାସ , ବରିଷ୍ଠ କାର୍ଯ୍ୟକର୍ତ୍ତା କିଶୋର କର , ପଦ୍ମ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗତ ଦୁଇ ବର୍ଷ ମଧ୍ୟରେ ୯ ଜଣ ସଦସ୍ୟଙ୍କ ପରଲୋକ ଘଟି ଥିବାରୁ ବୈଠକ ଆରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । Advertisement
ଦୁଇ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଦୁଇ ଜଣ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ଆଜି ପରଲୋକ ହୋଇଛି । ଏଥିପାଇଁ ଅଞ୍ଚଳରେ ଆଜି ଶୋକର ଛାୟା ଖେଳି…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…
ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ…