ମୁଖ୍ୟ ଖବର ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ Angul OnlineSeptember 19, 2022September 19, 2022 ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର ସାମନ୍ତଙ୍କୁ ସଭାପତି , ଦିଲୀପ ପ୍ରଧାନଙ୍କୁ ସାଧାରଣ ସମ୍ପାଦକ , ଅକ୍ଷୟ ଦାସଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିଲା । ସହ କାର୍ଯ୍ୟକର୍ତ୍ତା ରୂପେ ନୂଆକରି ବଳରାମ ଜେନା , ପୂର୍ଣ୍ଣଚନ୍ଦ୍ର ରାଉତ , ରଞ୍ଜିତ ମଣ୍ଡେଠିଆ , ବିରେନ୍ଦ୍ର ନାୟକ , ବ୍ରଜବନ୍ଧୁ ସାହୁ , ସୁଧୀର ରଞ୍ଜନ ସାହୁଙ୍କୁ ସାମିଲ କରା ଯାଇଥିଲା । ଚଳିତ ଥର ଦୁର୍ଗା ପୂଜାରେ ୧୧ଟି ମେଢ଼ ଓ ଲକ୍ଷ୍ମୀ ପୂଜାରେ ୨୯ଟି ମେଢ଼ ହେବ । ଲକ୍ଷ୍ମୀ ପୂଜା ମେଲଣରେ ୧୧ଟି ପୂଜା କମିଟିର ମେଢ଼ ଭାଗ ନେବେ । ଦୁର୍ଗା ପୂଜା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ୬ ତାରିଖରେ ଭସାଣି ହେବ । ଲକ୍ଷ୍ମୀ ପୂଜା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ବିସର୍ଜନ ହେବ । ଦୂର୍ଗା ପୂଜାରେ ହେମସୂରପଡ଼ା ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହେବ । ପୂର୍ବପରି ସେଣ୍ଟ୍ରାଲ ସାଉଣ୍ଡ ଓ ସେଣ୍ଟ୍ରାଲ କମିଟିର ବସ୍ ଷ୍ଟାଣ୍ଡରେ ଏକ ଅଫିସ ରହିବ । ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୨ଟା ଯାଏ ଚାଲୁ ରଖିବାକୁ ପ୍ରଶାସନକୁ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଭକ୍ତି ପ୍ରସାଦ ଦାସ , ବରିଷ୍ଠ କାର୍ଯ୍ୟକର୍ତ୍ତା କିଶୋର କର , ପଦ୍ମ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗତ ଦୁଇ ବର୍ଷ ମଧ୍ୟରେ ୯ ଜଣ ସଦସ୍ୟଙ୍କ ପରଲୋକ ଘଟି ଥିବାରୁ ବୈଠକ ଆରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । Advertisement
ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ – ଜଣେ ଗିରଫ ଅନୁଗୁଳ – ଗତ ୨ ଦିନ ତଳେ ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଉପରେ ପୋଲିସ ଚଢାଉ କରି…
କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ଦାବିରେ ଅନଶନରେ ବସିଲେ ବିଧାୟକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସ.ଏ.ପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ…
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…