ସ୍ୱାସ୍ଥ୍ୟ ପୋକତୁଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ମାନକ ପ୍ରମାଣ ପତ୍ର Angul OnlineFebruary 13, 2024February 13, 2024 ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣ ପତ୍ର । ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ମାନ ବୃଦ୍ଧି ସହ ରୋଗୀ ଅଧିକାର,ଗୋଷ୍ଠୀ ସ୍ତରୀୟ କ୍ଲିନିକାଲ୍ ସେବା,ସଂକ୍ରମଣ ନିୟନ୍ତ୍ରଣ, ସେବା ଗୁଡିକରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ମିଳିଛି ଏହି ଜାତୀୟ ସ୍ୱୀକୃତି । ଯାହାକି ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ବିକାଶର ଜାତୀୟ ସ୍ତର ମାନଦଣ୍ଡ ପୂରଣ କରିଛି । କିଛି ଦିନ ତଳେ ଜାତୀୟ ସ୍ତରୀୟ ଏକ ଟିମ ଏହି କେନ୍ଦ୍ରକୁ ଆସି ଆକଳନ କରି ସନ୍ତୋଷ ପ୍ରକାଶ କରିଥିଲେ । ଏହି ସ୍ୱୀକୃତି ମିଳିଲା ପରେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହର ଖେଳି ଯାଇଛି । ପୋକତୁଙ୍ଗା ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ସମେତ ସମସ୍ତ ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମର ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିଛନ୍ତି । Advertisement
ଶିଶୁ ଙ୍କ ସାମଗ୍ରିକ ବିକାଶ ଉପରେ ସ୍ୱାସ୍ଥ୍ୟ ଶିବିର ବନ୍ତଳା – ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁ ମାନଙ୍କର ସ୍ୱାଭାବିକ ଓ ସାମଗ୍ରିକ ବିକାଶ ଉପରେ ଏକ ସ୍ୱାସ୍ଥ୍ୟ ଶିବିର ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ…
ଚଳଚ୍ଚିତ୍ର ଦେଖିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ଅନୁଗୁଳ – ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ଦମନ । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ…
ଅନୁଗୁଳରେ ହେଉଛି କମ ଆରଟିପିସିଆର ପରୀକ୍ଷା ଅନୁଗୁଳ – କରୋନାର ପ୍ରକୋପକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବ୍ୟାପକ ପରୀକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି । ଆଣ୍ଟିଜେନ ଅପେକ୍ଷା ଆର୍ଟିପିସିଆର…