ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏସ୍ପିଙ୍କ ନିର୍ଦେଶରେ ୧୮ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଛି । ଅନୁଗୁଳକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଅନୁଗୁଳ ସଦର ଥାନା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ଅନୁଗୁଳ ସଦର ଥାନାରେ ଥିବା ଇନ୍ସପେକ୍ଟର ମୃଣାଳ ଜାଲୋଙ୍କୁ ସମଲ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି।

ସେହିପରି ତାଳଚେଇ ଥାନାରେ ଥିବା ଇନ୍ସପେକ୍ଟର ଦେବବ୍ରତ ନାୟକଙ୍କୁ ବାଗଡ଼ିଆ ଥାନା, ନାଲ୍କୋ ଥାନାରେ ଥିବା ଇନ୍ସପେକ୍ଟର ଶ୍ୟାମଲାଲ୍ ଓରାମଙ୍କୁ ରେଙ୍ଗାଳି ଆନା, ହଣ୍ଡଯା ଆନାରେ ଥିବା ଇନ୍ସପେକ୍ଟର ନମିତା ନାୟକଙ୍କୁ ନାଲ୍କୋ ଥାନା ଓ ଛେଣ୍ଡିପଦା ଆନାରେ ଥିବା ରାଜେଶ ଶତପଥୀଙ୍କୁ ହଣ୍ଡପା ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ସ୍ପେସିଆଲ ସ୍କ୍ବାର୍ଡ଼ ଇନ୍ସପେକ୍ଟର ଅୟଶକାନ୍ତ ଜେନାଙ୍କୁ ସାଇବର ଥାନା ଅତିରିକ୍ତ ଆଇଆଇସି, ଚଞ୍ଚଳା ନାୟକଙ୍କୁ ତାଳଚେର ଥାନା ଅତିରିକ୍ତ ଆଇଆଇସି, ଦୀପ୍ତମୟୀ ବିଶ୍ଵାଳଙ୍କୁ ଛେଣ୍ଡିପଦା ଆନା ଅତିରିକ୍ତ ଆଇଆଇସି, ରୀନା ସାହୁଙ୍କୁ ଜରପଡ଼ା ଥାନା ଅତିରିକ୍ତ ଆଇଆଇସି, ସଂଯୁକ୍ତା ଖିଲାରଙ୍କୁ ଅନୁଗୁଳ ଟାଉନ୍ ଥାନା ଅତିରିକ୍ତ ଆଇଆଇସି, ମଧୁସ୍ମିତା ପାଗଡ଼ଙ୍କୁ ସଦର ଥାନା ଅତିରିକ୍ତ ଆଇଆଇସି, ତପୋଇ ନାୟକଙ୍କୁ ବଅଁରପାଳ ଥାନା ଅତିରିକ୍ତ ଆଇଆଇସି , ଅରୁଣ ଖିଲାଙ୍କୁ ଅନୁଗୁଳ ଟାଉନ୍ ଥାନା ଅତିରିକ୍ତ ଆଇଆଇସି , ବିଶ୍ୱମ୍ବର ପ୍ରଧାନଙ୍କୁ ଡିସିଆରବି , ବାଲୁଙ୍କେଶ୍ଵର ନାୟକଙ୍କୁ ଗୋପାଳପ୍ରସାଦ ଥାନା ଅତିରିକ୍ତ ଆଇଆରସି ଏବଂ ଜୟନ୍ତ ମହାନ୍ତିଙ୍କୁ ଏଚ୍ଆରପିସି ବିଭାଗକୁ ବଦଳି କରାଯାଇଛି।

