ମୁଖ୍ୟ ଖବର କଞ୍ଚାମାଲ ପାଇଁ ଟଙ୍କା ନେଇ ଠକାମୀ-ଥାନାରେ ଅଭିଯୋଗ Angul OnlineJuly 14, 2022July 14, 2022 ଅନୁଗୁଳ – ରାଜ୍ୟ ବାହାରୁ କଞ୍ଚା ମାଲ ମଗାଇବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ନୂଆଦିଲ୍ଲୀର ଏକ କମ୍ପାନୀ ୨୨ ହଜାର ତାଙ୍କ ଠକି ନେଇଥିବା ବ୍ୟବସାୟୀ ଜଣଙ୍କ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତେଣ୍ଟୁଲୋଇ ଗାଁର ଧ୍ରୁବ ଚରଣ ପ୍ରଧାନ ନାମକ ଜଣେ ବ୍ୟବସାୟୀ ନୂଆଦିଲ୍ଲୀର ସି କେ ଇଣ୍ଡଷ୍ଟ୍ରି ନାମକ ଏକ ସଂସ୍ଥାରୁ କଞ୍ଚମାଲ ମଗାଇବା ପାଇଁ ୯୯୧୧୩୬୬୯୧୧ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଏହାପରେ କଥାବାର୍ତ୍ତା ପରେ ଧ୍ରୁବ ଉକ୍ତ କମ୍ପାନୀର ଆକାଉଣ୍ଟ ନମ୍ବରରେ ଜୁନ ୧୫ ତାରିଖରେ ୨ ହଜାର ଟଙ୍କା ଓ ଜୁନ ୨୪ ତାରିଖରେ ୨୦ ହଜାର ଟଙ୍କା ପଠାଇଥିଲେ । ଏହା ପରେ ଉକ୍ତ କମ୍ପାନୀ ଆଉ କଞ୍ଚାମାଲ ପଠାଇଲା ନାହିଁ । ଏପରିକି ପୂର୍ବରୁ ଯେଉଁ ମୋବାଇଲ ନମ୍ବରରେ କଥା ହୋଇଥିଲେ ସେହି ନାମବାରକୁ କଲ କାଲେ କେହି ଆଉ ଫୋନ ଉଠାଉ ନାହାନ୍ତି । ଏହାପରେ ଧ୍ରୁବ ଠକାମୀର ଶିକାର ହୋଇଥିବା ଜାଣିପାରି ଚ୍ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଜଗନ୍ନାଥ କୋଇଲା ଖଣିରେ ଘୋଟଲା ଅଭିଯୋଗ ଆଣିଲେ ବିଧାୟକ ବ୍ରଜ କିଶୋର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିରେ ବେଆଇନ କୋଇଲା ଷ୍ଟକ ସହ କୋଇଲାକୁ ମାଟି ଓ ପଥର ଦର୍ଶାଇ ଲୁଟି ଚାଲିଛନ୍ତି ହଜାର…
ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା ଅନୁଗୁଳ – ପ୍ରକାଶ ପାଇଲା ୨୦୨୧ ମସିହାର ଓଜେଏସ ରେଜଲ୍ଟ । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଅନୁଗୁଳର ଝିଅ ଆଦ୍ୟାଶା…
ସ୍ଵାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ ଧାରଣା ରେ…