ମୁଖ୍ୟ ଖବର କଞ୍ଚାମାଲ ପାଇଁ ଟଙ୍କା ନେଇ ଠକାମୀ-ଥାନାରେ ଅଭିଯୋଗ Angul OnlineJuly 14, 2022July 14, 2022 ଅନୁଗୁଳ – ରାଜ୍ୟ ବାହାରୁ କଞ୍ଚା ମାଲ ମଗାଇବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ନୂଆଦିଲ୍ଲୀର ଏକ କମ୍ପାନୀ ୨୨ ହଜାର ତାଙ୍କ ଠକି ନେଇଥିବା ବ୍ୟବସାୟୀ ଜଣଙ୍କ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତେଣ୍ଟୁଲୋଇ ଗାଁର ଧ୍ରୁବ ଚରଣ ପ୍ରଧାନ ନାମକ ଜଣେ ବ୍ୟବସାୟୀ ନୂଆଦିଲ୍ଲୀର ସି କେ ଇଣ୍ଡଷ୍ଟ୍ରି ନାମକ ଏକ ସଂସ୍ଥାରୁ କଞ୍ଚମାଲ ମଗାଇବା ପାଇଁ ୯୯୧୧୩୬୬୯୧୧ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଏହାପରେ କଥାବାର୍ତ୍ତା ପରେ ଧ୍ରୁବ ଉକ୍ତ କମ୍ପାନୀର ଆକାଉଣ୍ଟ ନମ୍ବରରେ ଜୁନ ୧୫ ତାରିଖରେ ୨ ହଜାର ଟଙ୍କା ଓ ଜୁନ ୨୪ ତାରିଖରେ ୨୦ ହଜାର ଟଙ୍କା ପଠାଇଥିଲେ । ଏହା ପରେ ଉକ୍ତ କମ୍ପାନୀ ଆଉ କଞ୍ଚାମାଲ ପଠାଇଲା ନାହିଁ । ଏପରିକି ପୂର୍ବରୁ ଯେଉଁ ମୋବାଇଲ ନମ୍ବରରେ କଥା ହୋଇଥିଲେ ସେହି ନାମବାରକୁ କଲ କାଲେ କେହି ଆଉ ଫୋନ ଉଠାଉ ନାହାନ୍ତି । ଏହାପରେ ଧ୍ରୁବ ଠକାମୀର ଶିକାର ହୋଇଥିବା ଜାଣିପାରି ଚ୍ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଚାଷ କାମ ବେଳେ ଅଘଟଣ – କୂଅରେ ଟ୍ରାକ୍ଟର ପଡି ଜଣେ ମୃତ ଅନୁଗୋଳ – ଚାଷ କାମ କରୁଥିବା ବେଳେ ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁରେ ଅଘଟଣ ଘଟି ଯାଇଛି । ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା…
ଝୁଲନ୍ତା ମୃତଦେହ ତଳେ ଜଗି ରହିଛି ପୋଷା କୁକୁର – ପାଖ ମଡାଇ ଦେଉନି କାହାକୁ ଅନୁଗୁଳ – ଝୁଲି ରହିଛି ବୃଦ୍ଧଙ୍କ ମୃତଦେହ । ମୃତଦେହ ତଳେ ଜଗି ରହିଛି ମୃତକଙ୍କ ପୋଷା କୁକୁର । ମୃତ ଦେହ ପାଖ ଭର୍ତ୍ତି କରି…
ବାଘ ଠିକଣା ପାଉନି ବନ ବିଭାଗ – ଭାଇରାଲ ହେଉଛି ମିଛ ଭିଡିଓ ଅନୁଗୁଳ – ଗତ ଦୁଇଦିନ ହେଲା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଏକ ମହାବଳ ବାଘର ପାଦ ଚିହ୍ନ ଠାବ କରାଯାଇଛି । ଯେଉଁଥିପାଇଁ ଅଞ୍ଚଳରେ ଏବେ…