ମୁଖ୍ୟ ଖବର ତୁରନ୍ତ ଜାତୀୟ ରାଜପଥ ମରାମତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ Angul OnlineJuly 20, 2022July 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଅଁରପାଳ ଠାରେ ଏହି ରାଜପଥରେ ଆଣ୍ଠୁଏ ଲେଖାଏଁ ଖାଲ ସାଙ୍ଗକୁ କାଦୁଅ ପଚପଚ ହୋଇ ରହିଛି । ଯାହା ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ଏହି ଦୁଇ ଜାତୀୟ ରାଜପଥର ଅବସ୍ଥା ଏପରି ହୋଇଛି ଯେ ରାସ୍ତାରେ ମାଛ ମାରୁଥିବାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବା ସହ ସାମାଜିକ ମାଧ୍ୟମରେ ଅନେକ ଲୋକ ରାସ୍ତାକୁ ନେଇ ନିନ୍ଦା କରିବା ସହ ପ୍ରଶାସନ , ଲୋକ ପ୍ରତିନିଧି ମାନଙ୍କୁ ଭର୍ତ୍ସନା କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏହାର ପ୍ରତିବାଦ ପରେ ଏହାକୁ ନେଇ ଆଜି ବିଧାନସଭାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରଶ୍ନ କରିଛନ୍ତି । ଆଉ ଏତେ ଦିନ ପରେ ଲୋକ ପ୍ରତିନିଧି ଜଣେ ଉଚ୍ଚ ସ୍ତରରେ ପ୍ରଶ୍ନ କରି ଜାତୀୟ ରାଜପଥ ପାଇଁ ଚିନ୍ତା କରିଥିବାରୁ ସାଧାରଣ ମହଲରେ ଧନ୍ୟବାଦ ଦେଇଛନ୍ତି ଲୋକେ । ତେବେ ଆଜି ଏହି ଜାତୀୟ ରାଜପଥର ଦୂରାବସ୍ଥା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଚିନ୍ତା ପ୍ରକଟ କରିବା ସହ ଏକ ବୈଠକ ଡାକି ଆଲୋଚନା କରିଥିଲେ । ଏନଏଚଏଆଇକୁ ବଅଁରପାଳ – ଅନୁଗୁଳ ସିଟି ଷ୍ଟ୍ରେଚ୍ ଓ ଏନଏଚ ୫୫ ର ତୁରନ୍ତ ମରାମତି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ – କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ବୈଠକରେ ମହାପାତ୍ର ଏନଏଚଏଆଇ କୁ ଅନୁଗୁଳ ସିଟି ବାଇପାସ୍ ରୋଡ୍ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ , ମୁଖ୍ୟ ସଚିବ (କାର୍ଯ୍ୟ) ବିର ବିକ୍ରମ ଯାଦବ, ଇଞ୍ଜିନିୟର ଇନ ଚିଫ ମନୋରଂଜନ ମିଶ୍ର, ଓଏସଡ଼ି ଟୁ ଚିଫ ସେକ୍ରେଟାରୀ ଦିଲ୍ଲୀପ ରାଉତ ଏବଂ ଏନଏଚଏଆଇ ସିଜିଏମ ରାମ ଚନ୍ଦ୍ର ପଣ୍ଡା ଉପସ୍ଥିତ କରିଥିଲେ । Advertisement
ଅର୍ଥନୈତିକ ଅବରୋଧ ଯୋଗୁଁ ଭାରିଯାନ ଚଳାଚଳ ଠପ ଅନୁଗୁଳ – ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନଂ . ରାଜ୍ୟ ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି ।…
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…
ଗୁଳିମାଡରେ ଜଣେ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ ହୋଇଛି l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର…