ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ, ଉଦ୍ଧାର କଲା ଚାଇଲଡ ଲାଇନ – ନ୍ୟାୟ ପାଇଁ ଥାନାରେ ଦହଗଞ୍ଜ ହେଲା ଶିଶୁ କନ୍ୟା

ଛେଣ୍ଡିପଦା – ଅଲୋଡ଼ା ଶିଶୁ କନ୍ୟା ଜଙ୍ଗଲରୁ ଉଦ୍ଧାର ହେବା ପରେ ଶିଶୁ କନ୍ୟାକୁ ବିକ୍ରି କରି ଦିଆଯାଇଥିଲା । ଏହି ଖବର ପାଇ ଅନୁଗୋଳ ଚାଇଲଡ ଲାଇନ ପକ୍ଷରୁ ଶିଶୁକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ ଉଦ୍ଧାର ପରେ ଚିକିତ୍ସା କରାନଯାଇ ଘଣ୍ଟା ଘଣ୍ଟା ଧରି ଆଇନର ସତରଞ୍ଜ ଭିତରେ ଘାଣ୍ଟି ହୋଇଛି କୋମଲମତି ଶିଶୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ।


ସୂଚନା ଅନୁଯାୟୀ ଗତ ୪ ଦିନ ତଳେ ଜଙ୍ଗଲରୁ ଜଣେ ଗାଈ ଚରାଳି ଏକ ନବଜାତ ଶିଶୁକନ୍ୟା କାନ୍ଦିବାର ଶୁଣି ବୁଦା ନିକଟରୁ ଉଦ୍ଧାର କରିଥିଲେ । ପରେ ସେ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଏକ ପରିବାରକୁ ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିଲେ । ଆଜି ଚାଇଲଡ ଲାଇନ ପକ୍ଷରୁ ଏହି ଖବର ପାଇ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଶିଶୁକନ୍ୟାକୁ ବିକ୍ରି କରାଅ ଯାଇଥିବା ଅଭିଯୋଗ ହୋଇଥିବା ବେଳେ ଶିଶୁକନ୍ୟାକୁ ପାଇଥିବା ବ୍ୟକ୍ତି କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ସେ କହିବା କଥା ଏହି ଶିଶୁ କନ୍ୟା ମିଳିବା ପରେ ସେ ଏନେଇ ସିଡ଼ବ୍ଲୁସିକୁ ଖବର ଦେଇଥିଲେ । କିନ୍ତୁ ସିଡ଼ବ୍ଲୁସି ତରଫରୁ କୌଣସି ପଦକ୍ଷେପ ନ ନେବାରୁ ସେ ଢେଙ୍କାନାଳର ଏକ ପରିବାରକୁ ଦେଇ ଦେଇଥିଲେ । ତେବେ ଆଜି ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପାଇଁ ଅନୁଗୋଳ ଚାଇଲଡ ଲାଇନ ଜରପଡା ଥାନା ଯାଇଥିଲେ । କିନ୍ତୁ ସେଠାରେ ପ୍ରଥମେ ଶିଶୁକନ୍ୟାର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ନଦେଇ ଦୀର୍ଘ ୩ ଘଣ୍ଟା ଧରି ନ୍ୟାୟିକ ପକ୍ରିୟାକୁ ନେଇ ବିଚାରଵିମର୍ଶ ଚାଲିଥିଲା । ଅଭିଯୋଗ ତୁରନ୍ତ ଗ୍ରହଣ ନ କରି ଏପରିକି ଶିଶୁକନ୍ୟାଟିକୁ ଚିକିତ୍ସାଳୟ ନ ପଠାଇ ଥାନାରେ ଅବହେଳା କରାଯାଇଥିଲା । ସମସ୍ତେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ କଥା ଭୁଲି ଯାଇଥିଲେ । ଏହି ଘଟଣାକୁ ଦେଖିବାକୁ ଗଲେ କଉଠି ନ କେଉଁଠି ତ୍ରୁଟି ଯୋଗୁଁ ନିଷ୍ପାପ ଶିଶୁକନ୍ୟା ଥାନାରେ ରହି କଷ୍ଟ ପାଇଛି । ତେବେ ଏହି ଶିଶୁ କନ୍ୟା କେଉଁଠି ପଡିଥିଲା, କିଏ ଓ କାହିଁକି ବିକ୍ରି କରୁଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page