ମୁଖ୍ୟ ଖବର ପୁଲିସର ବର୍ବରତା ଅଭିଯୋଗ – ଥାନାରେ ମାମଲା Angul OnlineFebruary 13, 2023February 13, 2023 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନାରେ ଥାନା ପୁଲିସର ବର୍ବରତା ଓ ଥାର୍ଡ ଡିଗ୍ରି ଘଟଣାରେ ଏସ୍ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେମାନେ ହେଲେ, ପାଲଲହଡ଼ା ଥାନା ସବ ଇନ୍ସ୍ପେକ୍ଟର ଗୋବିନ୍ଦ ସାହୁ, କନେଷ୍ଟବଳ ଚନ୍ଦନ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ କମଳ । ସେମାନଙ୍କ ବିରୋଧରେ ଦଫା ୩୨୩, ୫୦୬/୩୪ରେ କେସ ନମ୍ବର ୨୪ ରେ ଏକ ମାମଲା ରୁଜ୍ଜୁ ହୋଇଛି । ପୁଲିସ ନିର୍ଯାତନାର ଶିକାର ହୋଇଥିବା ଯୁବକ ଘର ଖମାର ଥାନା ଜଗନ୍ନାଥପୁର ଗାଁର ଆଦିତ୍ୟ କୁମାର ବେହେରା । ଆଦିତ୍ୟଙ୍କ ସ୍ତ୍ରୀ ମମତା ସେଠୀଙ୍କ ଏତଲା ମୁତାବକ, ତାଙ୍କ ସ୍ୱାମୀ ଆଦିତ୍ୟ ଗତ ୭ ତାରିଖ ଦିନ ଧାନ ବିକ୍ରି ଟଙ୍କା ଉଠାଇବାକୁ ଯାଇଥିଲେ । ସମବାୟ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଉଠାଇ ଥିଲେ । ସେଥିରୁ ୧୦ ହଜାର ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପାଲଲହଡ଼ା ଶାଖାରେ ଜମା କରି ଘରକୁ ଫେରିଥିଲେ । ତାର କେଇ ଘଣ୍ଟା ପରେ ପାଲଲହଡ଼ା ଥାନା ପୁଲିସ ରାତି ଅଧରେ ଆଦିତ୍ୟଙ୍କୁ ଘରୁ ଉଠାଇ ନେଇଥିଲା । ବ୍ୟାଙ୍କ୍ ନିକଟରେ ଘଟିଥିବା ଏକ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ତାଙ୍କୁ ଜଡିତ କରି ଥାନାରେ ପଚରାଉଚରା କରିଥିଲା । ଥାନା ଏସଆଇ ଶ୍ରୀ ସାହୁ , କନେଷ୍ଟବଳ ଶ୍ରୀ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ ତାଙ୍କୁ ଚୌକିରେ ବାନ୍ଧି ଓଲଟାଇ ଦେଇ ବେକଠାରୁ ଗୋଡ଼ ଯାଏ ପିଟିଥିଲେ । ଏମିତି ମାରିଥିଲେ ଆଦିତ୍ୟ ପାଣି ବି ପିଇ ପାରୁ ନାହାନ୍ତି । ଦୋଷ ମାନି ଯିବା ପାଇଁ ଧମକାଇବା ସହିତ ଏକ ସାଦା କାଗଜରେ ଦସ୍ତଖତ କରାଇନେଲେ । ପାଣି ମାଗିଲେ ବି ଦେଇନଥିଲେ ।ପୁଲିସ ମାଡ଼ରେ ଆଦିତ୍ୟ ଅସୁସ୍ଥ ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ପୁଲିସ ଧମକରେ ପରିବାର ଲୋକେ ଭୟଭୀତ ହୋଇ ପଡିଛନ୍ତି ବୋଲି ଶ୍ରୀମତୀ ସେଠୀ ନିଜ ଏତଲାରେ ଦର୍ଶାଇଛନ୍ତି । Advertisement
ଜାତୀୟ ରାଜପଥ ୫୫ ପୂର୍ଣ୍ଣାଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ରମେଶ ସାଏ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ମଙ୍ଗୁଳି – ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଛି…
ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି । ଲିଙ୍ଗରାଯୋଡ଼ି ଗ୍ରାମର…
ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ – ଅବସର ଦିନ ଗିରଫ ହେଲେ ବାବୂ ଅନୁଗୁଳ – ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଆଜି ନେଇଥାନ୍ତେ ଅବସର । ଅଫିସରେ ସହକର୍ମୀ ଫୁଲ ମାଳ ପିନ୍ଧାଇ…