ଅପରାଧ କୁକୁରକୁ ହତ୍ୟା ଅଭିଯୋଗ Angul OnlineAugust 26, 2022August 26, 2022 ଅନୁଗୁଳ – ପୋଷା କୁକୁରକୁ ପୁଅ ପରି ପାଳିଥିଲେ । ଛୋଟ ବେଳରୁ ସ୍ନେହ ଅଜାଡି ବଡ କରିଥିଲେ । ଚାରି ବର୍ଷରେ ଘରର ସହସ୍ୟ ପାଳଟି ଯାଇଥିଲା ସେ । ଯାହାକୁ ନଦେଖିଲେ ସାରା ପରିବାର ବ୍ୟସ୍ତ ହୋଇ ପଡୁଥିଲେ । ସେହି କୁକୁରର ଜୀବନ ଯାଇଛି ପଡ଼ୋଶୀଙ୍କ ଢେଲା ମାଡ଼ରେ । ଅନୁଗୁଳ ସହର ହାକିମପଡ଼ାରେ ଏଭଳି ଏକ ଘଟଣା ଘଟିଥିବା ବେଳେ ମାମଲା ଥାନାରେ ପହଞ୍ଚିଛି । ପଡ଼ୋଣୀ ଜାଣିଶୁଣି କୁକୁରକୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ , ହାକିମପଡ଼ାର ସୁଷମା ନାଏକ ନାମକ ଜଣେ ମହିଳା କର୍ମାନ୍ ପିଜ ପ୍ରକାତିର ଏକ କୁକୁର ପାରିଥିଲେ । ତାହାର ନାମ ଜିମି ରଖିଥିବା ବେଳେ ଅତି ଗେଲ୍ହାରେ ପଡ଼ିଥିଲେ । ଜିମି ସହିତ ସାରା ପରିବାର ସଦସ୍ୟଙ୍କ ଏମିତି ଆବେଗ ରହିଥିଲା ଯେ ଜିମିକୁ ନ ଦେଖିଲେ ରହି ପାରୁନଥିଲେ । ହେଳେ ତାଙ୍କ ପଡ଼ୋଶୀ ପୋଷା କୁକୁର ପାଳିବାକୁ ସହ୍ୟ କରି ପାରୁ ନଥିଲେ । ପୂର୍ବରୁ ଅନେକ ଥର ସେ ଜିମିକୁ ମାରଧର କରିଥିବା ବେଳେ ଗତକାଲି ତାଙ୍କ ପୁଅ ଜିମିକୁ ନୃଶଂସଭାବେ ଆକ୍ରମଣ କରିଥିଲେ । ଇଟା ଓ ପଥର ମାଡ଼ରେ ଜିମିକୁ ମାରି ଦେଇଥିଲେ । ଜିମିର ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଅନୁଗୁଲ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଆଉ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଚଳାଇଛି । ଯାହାକି ସହରରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । Advertisement
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…
ଆତ୍ମାହୁତି ଦେବା ପୂର୍ବରୁ ବୃଦ୍ଧଙ୍କୁ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ବୃଦ୍ଧ ଆତ୍ମାହୁତି ଦେବାକୁ ଆସିଥିବା ବେଳେ କିଛି ଘଟିବା ପୂର୍ବରୁ ସୂଚନା ପାଇ ବୃଦ୍ଧ ଜଣଙ୍କୁ…
ଏକ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ଜଣେ ଯୁବକଙ୍କ ଏକାଉଣ୍ଟରୁ ସାଇବର ଲୁଟେରା ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା…