ଅପରାଧ କୁକୁରକୁ ହତ୍ୟା ଅଭିଯୋଗ Angul OnlineAugust 26, 2022August 26, 2022 ଅନୁଗୁଳ – ପୋଷା କୁକୁରକୁ ପୁଅ ପରି ପାଳିଥିଲେ । ଛୋଟ ବେଳରୁ ସ୍ନେହ ଅଜାଡି ବଡ କରିଥିଲେ । ଚାରି ବର୍ଷରେ ଘରର ସହସ୍ୟ ପାଳଟି ଯାଇଥିଲା ସେ । ଯାହାକୁ ନଦେଖିଲେ ସାରା ପରିବାର ବ୍ୟସ୍ତ ହୋଇ ପଡୁଥିଲେ । ସେହି କୁକୁରର ଜୀବନ ଯାଇଛି ପଡ଼ୋଶୀଙ୍କ ଢେଲା ମାଡ଼ରେ । ଅନୁଗୁଳ ସହର ହାକିମପଡ଼ାରେ ଏଭଳି ଏକ ଘଟଣା ଘଟିଥିବା ବେଳେ ମାମଲା ଥାନାରେ ପହଞ୍ଚିଛି । ପଡ଼ୋଣୀ ଜାଣିଶୁଣି କୁକୁରକୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ , ହାକିମପଡ଼ାର ସୁଷମା ନାଏକ ନାମକ ଜଣେ ମହିଳା କର୍ମାନ୍ ପିଜ ପ୍ରକାତିର ଏକ କୁକୁର ପାରିଥିଲେ । ତାହାର ନାମ ଜିମି ରଖିଥିବା ବେଳେ ଅତି ଗେଲ୍ହାରେ ପଡ଼ିଥିଲେ । ଜିମି ସହିତ ସାରା ପରିବାର ସଦସ୍ୟଙ୍କ ଏମିତି ଆବେଗ ରହିଥିଲା ଯେ ଜିମିକୁ ନ ଦେଖିଲେ ରହି ପାରୁନଥିଲେ । ହେଳେ ତାଙ୍କ ପଡ଼ୋଶୀ ପୋଷା କୁକୁର ପାଳିବାକୁ ସହ୍ୟ କରି ପାରୁ ନଥିଲେ । ପୂର୍ବରୁ ଅନେକ ଥର ସେ ଜିମିକୁ ମାରଧର କରିଥିବା ବେଳେ ଗତକାଲି ତାଙ୍କ ପୁଅ ଜିମିକୁ ନୃଶଂସଭାବେ ଆକ୍ରମଣ କରିଥିଲେ । ଇଟା ଓ ପଥର ମାଡ଼ରେ ଜିମିକୁ ମାରି ଦେଇଥିଲେ । ଜିମିର ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଅନୁଗୁଲ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଆଉ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଚଳାଇଛି । ଯାହାକି ସହରରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । Advertisement
ପୁଲିସକୁ ‘ମାନହାନୀ’ ମକଦ୍ଦମା ଧମକ ଦେଲେ ସୁଶୀଲ ଅନୁଗୁଳ – ଅନୁଗୁଳର ବ୍ୟବସାୟୀ ସୁଶୀଲ ଅଗ୍ରୱାଲଙ୍କ ନାଁରେ ସୁଧ କାରବାର ଅଭିଯୋଗ ଆସିବା ପରେ ଅନୁଗୁଳ ସଦର ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିବା…
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ କଣଲୋଇରୁ କୋଡାନାଳି ଯାଇଥିବା ରାସ୍ତାର ନୁହୁରାଣୀ ନାଳ ନିିକଟରେ ଏକ ମହୁଲ ଗଛ ମୁଳରୁ ଅଜଣା ଯୁବକଙ୍କ…
ରାସ୍ତା କଡରୁ ନାଲକୋ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର – ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCI ର ଚର୍ଚ୍ଚ ନିକଟରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଲୁହା ରଡରେ ମାଡ ମାରି ନାଲକୋର…