ମୁଖ୍ୟ ଖବର ଜାତୀୟ ରାଜପଥ ବିରୁଦ୍ଧରେ ୬ ଥାନାରେ ଅଭିଯୋଗ Angul OnlineSeptember 17, 2023September 17, 2023 ଅନୁଗୁଳ -(ଅନୁଗୁଳ ଅନଲାଇନ୍) – ଜାତୀୟ ରାଜପଥ ବିଭାଗ ନାମରେ ଥାନାରେ ଅଭିଯୋଗ । ଏକାଥରକେ ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ । ସୂଚନା ଅନୁସାରେ ୨୦୧୭ ମସିହାରୁ ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ଆଜି ଯାଏ ସରୁ ନାହିଁ । ଯାହା ଫଳରେ ଜାତୀୟ ରାଜପଥରେ ଆଣ୍ଠୁଏ ଆଣ୍ଠୁଏ ଖାଲ ସାଙ୍ଗକୁ ଦୁର୍ଘଟଣା ବଢିଛି । ଅନେକ ଲୋକ ମୃତାହତ ହେଲେଣି । ଓକିଲ ସଂଘର କହିବା କଥା ଏହି ଜାତୀୟ ରାଜପଥ ଯୋଗୁଁ ୨୦୨୧ ମସିହାରେ ୪୪୬ ଟି ଦୂର୍ଘଟଣା , ୨୦୨୨ ମସିହାରେ ୩୭୪ ଟି , ୨୦୨୩ରେ ବର୍ତ୍ତମାନ ସୁଧା ୨୩୦ ଟି ଦୂର୍ଘଟଣା ଘଟିଛି । ଯେତେ ଦାବି ଆପତ୍ତି କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏହାକୁ ନେଇ ଆଜି ଅନୁଗୁଳ ଓକିଲ ସଂଘ ପକ୍ଷରୁ ବଅଁରପାଳ , ନାଲକୋନଗର , ଅନୁଗୁଳ , ଅନୁଗୁଳ ସଦର , ବନ୍ତଳା ଓ ଜରପଡ଼ା ଥାନାରେ ଜାତୀୟ ରାଜପଥ ବିଭାଗ ନାମରେ ଅଭିଯୋଗ କରାଯାଇଛି । ଏହା ସହ ଗତ କିଛିଦିନ ତଳେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରଦିନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ରାଜପଥ ଅବରୋଧ କରିଥିଲେ । ଏହି ଘଟଣାରେ ୫୫୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଏହାକୁ ମଧ୍ୟ ନାପସନ୍ଦ କରିଛି ଓକିଲ ସଂଘ । ଯେଉଁ ୫୫୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ତାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଅନ୍ୟପଟେ ବନ୍ତଳା ଓ ସାତକୋଶିଆ ଅଞ୍ଚଳରେ ହାତୀ ବସତି ମୁହାଁ ହେବା ଫଳରେ ଧନ ଜୀବନ ହାନି ହେଉଛି । ହାତୀ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିପାଇଁ ବନ ବିଭାଗକୁ ଦାୟୀ କରି ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବନ୍ତଳା ଥାନାରେ ଅଭିଯୋଗ ହୋଇଛି । Advertisement
ପାଞ୍ଚ ଦିନ ସ୍କୁଲ ଛୁଟି – ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କାଲି ଠାରୁ ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି…
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…
ପୋଲ ସୁରକ୍ଷାବାଡ଼ରେ ପିଟିହେଲା କାର – ଜଣେ ମୃତ,୨ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସିଆରିମାଳିଆ ପୋଲର ସୁରକ୍ଷା ବାଡ଼ରେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଲା । ଫଳରେ ଜଣଙ୍କର ମୃତ୍ୟୁ…