ସମସ୍ୟା ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ ଅଭିଯୋଗ – ଟିପିସିଓଡିଏଲ ମ୍ୟାନେଜରଙ୍କୁ ଦାବିପତ୍ର Angul OnlineAugust 4, 2022August 4, 2022 ତାଳଚେର – ଟିପିସିଓଡିଏଲର ତାଳଚେର ଅଞ୍ଚଳର କର୍ମଚାରୀମାନେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଉପଭୋକ୍ତାମାନଙ୍କ ଉପରେ ଦାଦାଗିରି କରି ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରିବା ନେଇ ଅଭିଯୋଗ ହୋଇଛି । ବିଗତ କିଛି ମାସ ଧରି ଟିପିସିଓଡିଏଲ ପକ୍ଷରୁ ସମଗ୍ର ତାଳଚେର ବ୍ଲକ ଓ ସହରାଞ୍ଚଳରେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଆସୁଛନ୍ତି । ଗ୍ରାହକଙ୍କୁ ମନଇଛା ବିଦ୍ୟୁତ ବିଲ ମଧ୍ୟ ଧରାଇ ଦେଉଛନ୍ତି । ଏନେଇ ଅଭିଯୋଗ କୈାଣସି କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଘରେ ପଶି ଧମକଚମକ ଦେଇ ବିଦ୍ୟୁତ ବିଲ ଆଦାୟ କରୁଛନ୍ତି । ଟିପିସିଓଡିଏଲର କର୍ମଚାରୀମାନେ ତାଳଚେର ସବଡିଭିଜନ ଅଞ୍ଚଳରେ ଏକ ପ୍ରକାର ଦାଦାଗିରି କରି ଚାଲିଛନ୍ତି । ଯାହାକୁ ନେଇ ଜନସାଧାରଣ ଟିପିସିଓଡିଏଲ କର୍ମଚାରୀଙ୍କର ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଲେଣି ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ଏଣୁ ଏଭଳି ପରିସ୍ଥିତି ପ୍ରତି ଧ୍ୟାନ ଦେଇ ଏଭଳି ବିଶୃଙ୍ଖଳା କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଉଚ୍ଚ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ, ସଂଗ୍ରାମ କେଶରୀ କୁଅଁର, ଅଭୟ ପାଣି, ବୀରବର ସାହୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ମ୍ୟାନେଜର କମର୍ସିଆଲଙ୍କ ଉଦ୍ଦେଶ୍ୟରେ ଜେଇ ତାଳଚେରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଦ୍ୟୁତ ଉପଭୋକ୍ତାମାନେ ଯେଭଳି ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଟିପିସିଓଡିଏଲ କର୍ମଚାରୀ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ ନଚେତ ଜନସାଧାରଣ ଆଇନକୁ ହାତକୁ ନେବେ ଓ ସେଥିପାଇଁ ଟିପିସିଓଡିଏଲ ର ଉଚ୍ଚପଦସ୍ଥ ଅଧିକାରୀମାନେ ଦାୟୀ ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । Advertisement
ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି ଅନୁଗୋଳ – ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି…
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…
ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖା ଗଲାଣି । ପିଇବା ପାଣି ଟିକିଏ…