ରାଜନୀତି କଂଗ୍ରେସ ଘୋଷଣା କଲା ନଗରପାଳ ପାଇଁ ପ୍ରାର୍ଥୀ Angul OnlineMarch 4, 2022March 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବତନ କାଉନସିଲର ତଥା ସମାଜସେବୀ ବଲବୀର ସିଂହଙ୍କୁ ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ନଗରପାଳ ପ୍ରାର୍ଥୀ ରୂପେ ଚୟନ କରାଯାଇଛି । ଶୁକ୍ରବାର ଅନୁଗୁଳ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ସମେତ ଏହି ସମ୍ମିଳନୀରେ ଦଳର ଉପସଭାପତି ତପନ ପ୍ରଧାନ , ଓବିଶି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ପୌର ନିର୍ବାଚନରେ ବଲବୀରଙ୍କ ନେତୃତ୍ୱରେ କଂଗ୍ରେସ ଭଲ ଫଳାଫଳ କରିବ ବୋଲି ଜିଲ୍ଲା ସଭାପତି ବିପ୍ଲବ ଜେନା କହିବା ସହ ଖୁବ ଶୀଘ୍ର କାଉନସିଲର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି କହିଛନ୍ତି । Advertisement
ଓକିଲ ସଂଘର ନିର୍ବାଚନ – ଦିଲ୍ଲୀପ ସଭାପତି , ସୋମନାଥ ସାଧାରଣ ସମ୍ପାଦକ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ୨୦୨୧-୨୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୋଟ ୪୭୬ଜଣ ସଭ୍ୟଙ୍କ ମଧ୍ୟରୁ ୪୪୮ଜଣ ସଭ୍ୟ…
ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡା ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ । ପଞ୍ଚାୟତର ୧୬ ଜଣ ୱାର୍ଡ ମେମ୍ବର ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ…
କଂଗ୍ରେସ ଜଣେ ଉଦୀୟମାନ ଛାତ୍ର ନେତାଙ୍କୁ ହରାଇଲା ଅନୁଗୁଳ – ଗତକାଲି ବିହାର ପାଟନାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଅନୁଗୁଳ କଂଗ୍ରେସର ଜଣେ ଉଦୀୟମାନ ଛାତ୍ର ନେତା ଫାରୁକଙ୍କ ମୃତ୍ୟୁ ହୋଇଛି । ସେ ବିଗତ…