ରାଜନୀତି କଂଗ୍ରେସ ଘୋଷଣା କଲା ନଗରପାଳ ପାଇଁ ପ୍ରାର୍ଥୀ Angul OnlineMarch 4, 2022March 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବତନ କାଉନସିଲର ତଥା ସମାଜସେବୀ ବଲବୀର ସିଂହଙ୍କୁ ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ନଗରପାଳ ପ୍ରାର୍ଥୀ ରୂପେ ଚୟନ କରାଯାଇଛି । ଶୁକ୍ରବାର ଅନୁଗୁଳ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ସମେତ ଏହି ସମ୍ମିଳନୀରେ ଦଳର ଉପସଭାପତି ତପନ ପ୍ରଧାନ , ଓବିଶି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ପୌର ନିର୍ବାଚନରେ ବଲବୀରଙ୍କ ନେତୃତ୍ୱରେ କଂଗ୍ରେସ ଭଲ ଫଳାଫଳ କରିବ ବୋଲି ଜିଲ୍ଲା ସଭାପତି ବିପ୍ଲବ ଜେନା କହିବା ସହ ଖୁବ ଶୀଘ୍ର କାଉନସିଲର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି କହିଛନ୍ତି । Advertisement
ଦିନରେ ଲଣ୍ଠନ ଦେଖାଉଛନ୍ତି କେନ୍ଦ୍ର ସରଜାର – ଭିକେ ପଣ୍ଡିୟାନ ଅନୁଗୁଳ – ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନ । ଗତକାଲି ପାଲଲହଡା ନିର୍ବାଚନ ମଣ୍ଡଳୀର ରେଙ୍ଗାଲି ଓ ପରେ ତାଳଚେର ନିର୍ବାଚନ ମଣ୍ଡଳୀର କୋଳିୟାରୀ ପଡିଆ ଠାରେ ସାଧାରଣ…
ପୌରାଧ୍ୟକ୍ଷ ପାଇଁ ନାମାଙ୍କନ କଲେ ସର୍ବ କନିଷ୍ଠ ପ୍ରାର୍ଥୀ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଆଜି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ…
କଂଗ୍ରେସ ଜିଲ୍ଲା ସଭାପତି ଦେଲେ ଇସ୍ତଫା – ଅମ୍ବିକାଙ୍କୁ ଦାୟୀତ୍ୱ ଅନୁଗୁଳ – ନୀର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ହାଠାତ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସଂଗ୍ରାମ ମିଶ୍ର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ…