ରାଜନୀତି କଂଗ୍ରେସ ଜଣେ ଉଦୀୟମାନ ଛାତ୍ର ନେତାଙ୍କୁ ହରାଇଲା Angul OnlineApril 25, 2021April 25, 2021 ଅନୁଗୁଳ – ଗତକାଲି ବିହାର ପାଟନାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଅନୁଗୁଳ କଂଗ୍ରେସର ଜଣେ ଉଦୀୟମାନ ଛାତ୍ର ନେତା ଫାରୁକଙ୍କ ମୃତ୍ୟୁ ହୋଇଛି । ସେ ବିଗତ ୧ ସପ୍ତାହ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ଡାକ୍ତରଙ୍କ କହିବା ଅନୁସାରେ ଅମ୍ଲଜାନ ଅଭାବ ଯୋଗୁଁ ଫାରୁକର ମୃତୁ ହୋଇଥିଲା । ଫାରୁକ ଅନୁଗୁଳ କଲେଜରେ ଯୁକ୍ତ ଦୁଇରେ ପଢୁଥିବା ସମୟରୁ ଛାତ୍ର ରାଜନୀତିରେ ସକ୍ରିୟ ହୋଇ ନିଜର ପରିଚୟ ସୃଷ୍ଟି କରିଥିଲେ । ପରେ ପରେ ଅନୁଗୁଳ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର କାର୍ଯ୍ୟକାରି ସଭାପତି ପଦର ଦାୟୀତ୍ୱ ମିଳିଥିଲା । ଫାରୁକ ସେହି ଦିନଠାରୁ ଆଉ ପଛକୁ ନ ଚାହିଁ ବହୁବାର ଜଳଛତ୍ର , ବୃଷ ରୋପଣ , ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆଦି ସାମାଜିକ କାର୍ଯ୍ୟରେ ନିଜକୁ ସମର୍ପଣ କରିଥିଲେ । ତାଙ୍କ କାର୍ଯ୍ୟକଳାପ ଦେଖି ରାଜ୍ୟ ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ତାଙ୍କର ପଦ ଉନ୍ନତି କରି ଅନୁଗୁଳ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ସଭାପତି ପଦ ଦାୟୀତ୍ୱ ମିଳିଥିଲା । ବନ୍ତଳା କଲେଜରେ ଯୁକ୍ତ ତିନି ପଢୁଥିବା ସମୟରେ ଛାତ୍ର କଂଗ୍ରେସ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମରେ ଜଡିତ ଥିବା ସହିତ , ବନ୍ତଳା କଲେଜ ଛାତ୍ର ଛାତ୍ରୀ ମାନଙ୍କ ହକ ପାଇଁ ପୋଲିସ ଠାରୁ ଲାଠି ମାଡ ଖାଇ ଲଢେଇ କରିଥିଲେ । କଂଗ୍ରେସ ଦଳ ତରଫରୁ ମହାନଦୀ ବଞ୍ଚାଅ ଅଭିଯାନ ପାଇଁ ଓଡ଼ିଶା ବନ୍ଦ ଡାକରାରେ ଅନୁଗୁଳ ପୁଲିସ ଦ୍ବାରା ଗିରଫ ହୋଇ କଂଗ୍ରେସ ଦଳରେ ନିଜ ପରିଚୟ ସୃଷ୍ଟି କରିଥିଲେ । କରୋନା ମହାମାରୀ ସମୟରେ ମଧ୍ୟ ଅସହାୟକୁ ଖାଦ୍ୟ/ ସାମଗ୍ରୀ ବଣ୍ଟନ କରି ସୁନାମ ଅର୍ଜନ କରିଥିଲେ । ଅନୁଗୁଳ ଓ ଛାତ୍ର ଛାତ୍ରୀ ମାନଙ୍କ ହକ ପାଇଁ ବହୁବାର ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜରାସ୍ତା ନିର୍ମାଣ ପାଇଁ ଅନଶନ ଆଦି କାମରେ ନିଜକୁ ସମର୍ପଣ କରିଥିଲେ । ତାଙ୍କର ବିୟୋଗରେ ଅନୁଗୁଳ ଜିଲ୍ଲା କଂଗ୍ରେସର ଏକ ଅପୁରଣୀୟ କ୍ଷତି ସହିଛି ବୋଲି ନଗର ସଭାପତି ସୁଦୀପ ମିଶ୍ର ଜଣାଇଛନ୍ତି । ଫାରୁକଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା , ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ , ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱଜ , ପୁର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ , ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ରାଜୀବ ପଟ୍ଟନାୟକ , ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର , ଯୁବ ନେତା ସୁନୀଲ ପ୍ରଧାନ,ସରୋଜ ପ୍ରଧାନ,ବଲବୀର ସିଂ,ବିଜୟା ନନ୍ଦ ଚାଉଳିଆ, ସୁବ୍ରତ ଗଡନାୟକ,ସୁରେଶ ବେହେରା,ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରା,ଶୀବାନୀ ଶଙ୍କର ଗୌଡ ,ଆଲୋକ ଦାଶ,ଗୁନୁ ମିଶ୍ର,ବାପୁନ ଦେହୁରୀ,ଆଲୋକ ଚାନ୍ଦ ସାହୁ,ଛାତ୍ର ନେତା ବାପୁଜୀ ପ୍ରଧାନ ,ସଂଗ୍ରାମ ସାହୁ, ହୀରଲାଲ ସେଠୀ ,ଜୟନ୍ତ ସାହୁ, ପ୍ରଫୁଲ ଦାଶ ,ସଞ୍ଜୀବ ମାଣ୍ଡୋଠିଆ, ଅରୁପ ସାମଲ, ସ୍ୟୈମ୍ୟରଞ୍ଜନ ସାହୁ, ରାକେଶ ଦେହୁରୀ, ବିଜୟ କେତନ, ସ୍ୱଧୀନ ପ୍ରଧାନ, ସିତାଂଶୁ ପ୍ରଧାନ , ତପନ ପ୍ରଧାନ, ଅକ୍ଷୟ କୁମାର ବିଶୋଇ ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । Advertisement
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ – ଧର୍ମେନ୍ଦ୍ର ଆଠମଲ୍ଲିକ – ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ । ଓଡ଼ିଶାରେ ସର୍ବାଧିକ…
ଏୟୁସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ – ବିଜେଡି ସମର୍ଥିତଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ମୋଟ ୧୫ଟି ଯାକ ନିର୍ଦ୍ଦେଶକ ପଦବିରେ ବିଜେଡି ସମର୍ଥିତ…