ଭୋଟ ଚୋରି ନେଇ ସାଧାରଣ ଜନତାଙ୍କୁ ଅବଗତ କରିବ କଂଗ୍ରେସ

ଅନୁଗୁଳ – ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଭୋଟ ଚୋରି ନେଇ ଲୋକସଭାର ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କ ଖୋଲାସାକୁ ପ୍ରଦର୍ଶିତ କରା ଯାଇଥିଲା । ଏହା ସହ ପ୍ରଦେଶ କଂଗ୍ରେସ କମିଟିର ମିଡିଆ ସେଲ ପ୍ରବକ୍ତା ପ୍ରଶାନ୍ତ ଶତପଥୀ, ବିଭିନ୍ନ ସ୍ଥାନରେ ହୋଇଥିବା ଭୋଟ ଚୋରି ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ୨୦୧୪ରେ କେନ୍ଦ୍ରରେ ଶାସନକୁ ବିଜେପି ଆସିବା ପରଠାରୁ ଅନୁଷ୍ଠିତ ବିଭିନ୍ନ ନିର୍ବାଚନର ଫଳାଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ହେଉଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ହେରଫେର ହେଉଥିବା ଆଶଙ୍କା ପ୍ରକାଶ ପାଉଥିଲା। ତେବେ ଗତ ୭ ଅଗଷ୍ଟ କଂଗ୍ରେସର ସର୍ବମାନ୍ୟ ନେତା ଦୀର୍ଘ ୧ ଘଣ୍ଟା ୧୧ ମିନିଟର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପ୍ରମାଣ ରଖିବା ପରେ ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଭୋଟ ଚୋରି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ଭୋଟ ବିଷୟରେ ସାଧାରଣ ଜନତାଙ୍କୁ କଂଗ୍ରେସ ଅବଗତ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଥିଲା । କଂଗ୍ରେସ ନେତା ପ୍ରଶାନ୍ତ ଶତପଥୀ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଗତ ୨୦୨୪ ନିର୍ବାଚନରେ ଭୋଟ ଚୋରି ହୋଇଛି , ଆଉ ଯାହା ଫଳରେ ବିଜେପି ଦଳ ସରକାରକୁ ଆସିଛି ବୋଲି ଅଭିଯୋଗ ଆଣିଥିଲେ । ତାଙ୍କ କହିବା କଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଘଟଣା ଉପରେ ଦୀର୍ଘ ସମୟ ଧରି ତର୍ଜମା କରିଥିଲେ । ତର୍ଜମା ପରେ ଭୋଟ ଜାଲିଆତି ହୋଇଥିବା ଏବଂ ଚୋରି ହୋଇଥିବା ସ୍ପଷ୍ଟ ହୋଇଥିଲା । ବିଭିନ୍ନ ପ୍ରକାରରେ ଏଜି ଭୋଟ ଚୋରି ହୋଇଛି । ଜଣେ ଭୋଟର ଚାରି ଚାରି ଜାଗାରେ ଭୋଟ ଦେଇ ପାରୁଛି ତ କେଉଁଠି ଗୋଟିଏ ଘରେ ୮୦ ଭୋଟର ରହିଥିବା ଭୋଟର ପରିଚୟ ପତ୍ରରୁ ସ୍ପଷ୍ଟ ହେଉଛି । ଏହି ସବୁ କଥା ଏବେ ସାଧାରଣ ଜନତା ଜାଣିବାର ଅଛି । ଏଥିପାଇଁ କଂଗ୍ରେସ ଏବେ ସାଧାରଣ ଜନତାଙ୍କ ପାଖକୁ ଯିବ ଏବଂ ଭୋଟ ଜାଲିଆତି ସମ୍ପର୍କରେ ଅବଗତ କରାଇବ ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମିଡିଆ ସେଲର ପ୍ରବକ୍ତା ଶ୍ରୀମତୀ ରୁପାଦିତ୍ୟା ମହାପାତ୍ର, ତାଳଚେରର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ଦାସ, ଜିତେନ୍ଦ୍ର କୁମାର ସାହୁ, , ନୀଳକଣ୍ଠ ନାଏକ, ଉମେଶ ଚନ୍ଦ୍ର ସାହୁ, ସନତ ପ୍ରଧାନ, ଭଜମନ ଦାସ, କ୍ଷୀରୋଦ ପଟ୍ଟନାୟକ, ବନ ବିହାରୀ ପ୍ରଧାନ, ଗଗନ ପ୍ରଧାନ, ଲୋକନାଥ ସାହୁ, ସହଦେବ ବେହେରା, ପିଣ୍ଟୁ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ବାସୁଦେବ ସାମଲ, ବନ୍ଦେଶ ମହାରଣା, ପରେଶ ଜେନା, ସୌମେନ୍ଦ୍ର ଦେହୁରୀ, ରାକେଶ ସାହୁ, ଯଦୁନାଥ ବେହେରା, ସରୋଜ ପ୍ରଧାନ, ପାର୍ଥବୀର ବେହେରା, ଅରୁପ ସାମଲ, କମ୍ଭୁନାଥ ଦେହୁରୀ, କସିଦା ଖାନ, ତ୍ରିଲୋଚନ ସାହୁ, ବରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *