ରାଜନୀତି କୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଗିରଫ ପ୍ରତିବାଦ – କଂଗ୍ରେସର ଧାରଣା Angul OnlineOctober 5, 2021October 5, 2021 ଅନୁଗୁଳ – ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ମୃତକଙ୍କ ପରିବାରକୁ ଦେଖା କରିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧି ପାର୍କ ଆଗରେ ଧାରଣା ଦିଆଯାଇଥିଲା । ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ପାର୍କଠାରେ ଗଣ ଧାରଣା ଦେବା ସହ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅର ଏଭଳି ବର୍ବରୋଚିତ କାଣ୍ଡକୁ ନିନ୍ଦା କରିଥିଲେ । ଯେଉଁ ମନ୍ତ୍ରୀଙ୍କ ପୁଅ ଦ୍ୱାରା ହିଂସାକାଣ୍ଡ ଘଟିଛି ତାକୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨ରେ ଗିରଫ କରିବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଅନୁଗୁଳ ଜିଲ୍ଲା କଂଗ୍ରେସ ଦାବି କରିଛି । ଏହି ଗଣ ଧାରଣାରେ କଂଗ୍ରେସ ନେତା ତପନ ପ୍ରଧାନ, ଗୋପାଳ ନାଥ, ବିଜୟାନନ୍ଦ ଚାଉଳିଆ, ଜୟନ୍ତ ସାହୁ, ଧର୍ମେନ୍ଦ୍ର ମିଶ୍ର, ଜିତେନ୍ଦ୍ର ସାହୁ, ନିଳକଣ୍ଠ ନାଏକ, ଟିକନ ବେହେରା, ତପସ୍ୱିନୀ ବିଶ୍ୱାଳ, ଅମୂଲ୍ୟ ବେହେରା, ବିନୋଦ ମାଝି, ରାକେଶ ମିଶ୍ର, ସୁବ୍ରତ ତ୍ରିପାଠୀ, ଅଳକା ମହାପାତ୍ର ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ । Advertisement
ପୌରାଧକ୍ଷ ମଇଦାନରେ ଆଠ ଯୋଦ୍ଧା ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଗତକାଲି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ପ୍ରାର୍ଥୀପତ୍ର…
ସ୍ଵାୟତ ଶାସନ ଦିବସକୁ ବର୍ଜନ କଲେ ବିଜେଡ଼ି କାଉନସିଲର ସମେତ ପୌରାଧ୍ୟକ୍ଷ ତାଳଚେର – ୧୯୫୨ ମସିହାରେ ସ୍ଥାପିତ ତାଳଚେର ପୌରପାଳିକା ତା’ର ୭୧ ତମ ଜନ୍ମ ଦିବସ ତଥା ସ୍ବାୟତ୍ତ ଶାସନ ଦିବସ ପାଳନ କରିଥିବାବେଳେ ଅବ୍ୟବସ୍ଥା ଭିତରେ…
ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର…