ତାଳଚେର ସାରକାରଖାନା କାର୍ଯ୍ୟକ୍ଷମ ନେଇ ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲା କଂଗ୍ରେସ


ଭୂବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରତିଶ୍ରୁତି ଦେଇଥିଲେ କି ଏହି ପ୍ରକଳ୍ପ କାର୍ଯ୍ୟ ୩୬ ମାସ ମଧ୍ୟରେ ଶେଷ ହେବ । ତେବେ ଦୀର୍ଘ ସାତ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରି ନାହିଁ। ନିର୍ଦ୍ଧାରିତ ସମୟ ସୀମାଠାରୁ ଆହୁରି ଅଧିକ ଚାରି ବର୍ଷ ଅତିକ୍ରାନ୍ତ ହେଲାଣି। ବିଜେପି ସରକାରଙ୍କ ଦାୟୀତ୍ବହୀନତା କାରଣରୁ ଆଗାମୀ ୨୦୨୭-୨୦୨୮ ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ଦେଖା ଦେଇଛି। ୧୩ ହଜାର କୋଟି ବଦଳରେ ଆହୁରି ଷାଢେ ପାଞ୍ଚ ହଜାର କୋଟି ଅଧିକ ଖର୍ଚ୍ଚ ହେଲାଣି । ତେବେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାଭଳି ଏହି ପ୍ମାଣ୍ଟର ଅବସ୍ଥା ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ଭୂବନେଶ୍ବର କଂଗ୍ରେସ ଭବନଠାରେ ଆଜି ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ପିସିସି ମୁଖପାତ୍ର ତଥା ତଥ୍ୟ,ଗବେଷଣା ଓ ସୂଚନା ଶାଖାର ମୁଖ୍ୟ ଜଗଦାନନ୍ଦ ପ୍ରଧାନ ଅଭିଯୋଗ କରିଛନ୍ତି, ବିଜେପି ସରକାରଙ୍କ ଅପରିଣାମଦର୍ଶୀତା,ଅପରିପକ୍ବତା ଓ ଦାୟୀତ୍ବହୀନତା ଯୋଗୁଁ ଆଜି ତାଳଚେର ସାର କାରଖାନାର ନିର୍ମାଣ କାର୍ଯ୍ୟ ଆଗେଇପାରୁ ନାହିଁ। ଭିତ୍ତି ପ୍ରସ୍ତର ସ୍ତାପନ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ତଥା ତାଳଚେର ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ସେତେବେଳେ ଏହି ସଫଳତାର ଶ୍ରେୟ ନେବାକୁ ବହୁ ପ୍ରଚେଷ୍ଟା କରିଥିଲେ।ଏବେ କେନ୍ଦ୍ର ମନ୍ତ୍ରୀ ଏହି ପ୍ରସଙ୍ଗରେ କାହିଁକି ନୀରବ ଓ ନିରୁଦ୍ଦିଷ୍ଟ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଏହି ଅହେତୁକ ବିଳମ୍ବର କାରଣ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।ପ୍ରକାଶଯୋଗ୍ୟ ତାଳଚେର ଫର୍ଚିଲାଇଜର ଲିମିଟେଡ ଏକ ଯୌଥ କମ୍ପାନୀ ଏଥିରେ ରାଷ୍ଟ୍ରିୟ କେମିକାଲ ଫର୍ଟିଲାଇଜର,ଗ୍ୟାସ ଅଥରିଟି ଅଫ ଇଣ୍ଡିଆ (ଗେଲ), କୋଲ ଇଣ୍ଡିଆ ଲିମିଟେଡ ଆଣ୍ଡ ଫର୍ଟିଲାଇଜରସ କର୍ପୋରେସନ ଇଣ୍ଡିଆ ଲିମିଟେଡ।ଏମିତି ଚାରିଗୋଟି ଅଂଶୀଦାର।ଏମାନଙ୍କ ମଧ୍ୟରେ କୌଣସି ସମ୍ବନୟ ରହୁ ନାହିଁ। ଏଣୁ ବିଳମ୍ବର ମୁଖ୍ୟ କାରଣ।ଏହା ସହିତ ବିଜେପି ସରକାରଙ୍କର ପ୍ରକଳ୍ପ କାର୍ଯ୍ୟରେ ହସ୍ତକ୍ଷେପ ହେବା ଫଳରେ ସାରକାରଖାନା ଆଗକୁ ବଢି ପାରୁ ନାହିଁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଅଭିୟୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ୧୩ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଊଥିବା କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତ ଶେଷ ହେଲା ନାହିଁ,ଏହାର ଖର୍ଚ୍ଚ ପରିମାଣ ବଢି ବଢି ଚାଲିଛି। ବର୍ତ୍ତମାନ ଏହା ୧୮ ହଜାର ୫୦୦ କୋଟିକୁ ବୃଦ୍ଧି ପାଇଛି।ସଠିକ ସମୟ ମଧ୍ୟରେ ଓଡିଶା ତଥା ଦେଶର ଚାଷୀମାନେ ସେମାନଙ୍କର ଚାଷଜମିକୁ ସାର ପାଇବା ପାଇଁ ଯେଊ ସ୍ବପ୍ନ ଦେଖୁଥିଲେ ତା ମଧ୍ୟ ପୁରଣ ହେଲା ନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁୟାୟୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ସୁଧା ଶେଷ ହେବା କଥା। ମାତ୍ର ୨୦୨୫ ସମିହା କଣ ଆସନ୍ତା ୨୦୨୭ କି ୨୦୨୮ ସୁଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସଂପନ୍ନ ହେବ ତା କହି ହେଊ ନାହିଁ।

ନରସିଂହରାଓଙ୍କ ସରକାର ତାଳଚେର ସାର କାରଖାନା କ୍ଷତିରେ ଚାଲୁଥିଲେ ମଧ୍ୟ ୧୯୯୨ ମସିହାରେ ଏହାକୁ ରୁଗୁଣ ଶିଳ୍ପ ଭାବେ ଗୋଷଣା କରାଯାଇଥିଲା।ତେବେ କ୍ଷତି ସତ୍ତ୍ବେ ୧୯୯୧ ମସିହାଠାରୁ ୧୯୯୬ ମସିହା ପର୍ଯ୍ୟନ୍ତ କାରଖାନାରୁ ସାର ଊତ୍ପାଦନ ଜାରି ରହିଥିଲା। କେନ୍ଦ୍ରର ବାଜପେୟୀ ସରକାର ତାଳଚେର ସାରକାରଖାନାକୁ ରୁଗୁଣ ହୋଇଥିବା ଦର୍ଶାଇ ଏହାକୁ ୧୯୯୯ରେ ୟୁରିଆ ଊତ୍ପାଦନ ବନ୍ଦ କରିଦେଇଥିଲେ। ଶେଷରେ ୨୦୦୧ ମସିହାରେ ଯେତେବେଳେ ବିଜେପି ସରକାର ପକ୍ଷରୁ ପୁନରୁଦ୍ଧାର ପାଇଁ କୌଣସି ଊତ୍ତର ନ ଆସିବାରୁ ଏହାକୁ ସଂପୂ୍ର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା।ତାପରେ ଦେଶରେ ସାର ସଙ୍କଟ ଦେଖା ଦେବାରୁ ମନମୋହନ ସିଂହ ସରକାରଙ୍କ ଅମଳରେ ଯେଊଁ ସାରକାରଖାନା ବନ୍ଦ ରହିଥିଲା ତାକୁ ପନରୁଦ୍ଧାର କରିବାକୁ ନିଷ୍ପତ୍ତି ନିଆଗଲା। ସେତେବେଳେ ଶ୍ରକାନ୍ତ ଜେନା କେନ୍ଦ୍ର ସାର ରସାୟନ ମନ୍ତ୍ରୀ ଥିଲେ। ତାଙ୍କରି ଊଦ୍ୟମରେ କଂଗ୍ରେସ ସରକାରଙ୍କ ସମୟରେ କୋଇଲା ବଦଳରେ ଗ୍ୟାସ ଭିତ୍ତିକ ସାରକାରଖାନା ପାଇଁ ନିଷ୍ପତି ହୋଇଥିଲା। ମାତ୍ର ମୋଦୀ ସରକାର ଏହି ନିଷ୍ପତ୍ତିକୁ ବଦଳାଇ ଏହାକୁ କୋଇଲା ଭିତ୍ତିକ ପ୍ଲାଣ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା ଏହାକୁ ଗ୍ୟାସ ଭିତ୍ତିକ ୟୁନିଟରେ ପରିଣତ କରିବାକୁ। କ୍ରିଷ୍ଣା,ଗୋଦାବରୀ ବେସିନରୁ ୱ୍ବେଷ୍ଟ ବେଙ୍ଗଲ ଦେଇ ଗ୍ୟାସ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ସିଧା ସଳଖ ଶ୍ରୀଯୁକ୍ତ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ ସୁପର କ୍ରିଟିକାଲ ଗ୍ୟାସିଫିକେସନ ପ୍ରୋସେସ ବା କୋଲ ଗ୍ୟାସିଫିକେସନ ପ୍ରକ୍ରିୟା ଦ୍ବାରା ପ୍ଲାଣ୍ଟରୁ ବ୍ୟାପକଭାବେ କାର୍ବନ ଡାଇ ଅକସାଇଡ(Co2) ନିର୍ଗତ ହେବ,ବାୟୁ ମଣ୍ଡଳରେ ପରିବର୍ତ୍ତନ ଦେଖା ଦେବ । କୋଇଲାରୁ ସଲଫର ଓ ସଲଫର ଡାଇଅକସାଇଡକୁ କିଭଳି ସିନ୍ ଗ୍ୟାସରୁ ଅଲଗା କରିବେ ତାହା ହିଁ ଜଟିଳ ପ୍ରଶ୍ନ। ଫଳରେ ତାଳଚେର ଅଂଚଳରେ ପ୍ରଦୂଷଣ ବ୍ୟାପକ ହେବ ବୋଲି ସେ କହିଛନ୍ତି। ସ୍ଥାନୀୟ ଅଂଚଳରେ ବାୟୁ,ଜଳ ପ୍ରଦୂଷିତ ହେବା ସହ ପ୍ରଦୂଷଣ ଯୋଗୁଁ ଲୋକମାନେ ହୃଦରୋଗର ଶିକାର ହେବେ।ଏହା ସହିତ ରକ୍ତ ଚାପ,ନିଶ୍ବାସ,ପ୍ରଶ୍ବାସ ପ୍ରକ୍ରିୟା କଷ୍ଟ ସାଧ୍ୟ ହେବ। କିଡନୀଜନିତ ସମସ୍ୟା,ବ୍ରୋଙ୍କାଇଟିସ,ଯକ୍ଷ୍ମାଭଳି ବିଭିନ୍ନ ଦୂରାରୋଗ୍ୟର ଶିକାର ହେବେ। ପ୍ରଦୂଷଣର ନିରାକରଣ ପାଇଁ ପ୍ରକଲ୍ପ କର୍ତ୍ତୃପକ୍ଷ କି କି ଊପାୟ ଅବଲମ୍ବନ କରିବେ। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେବେ ସଂପୂର୍ଣ୍ମ ହେବ? ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ହେବା ପାଇଁ ଆଊ କେତେ ବର୍ଷ ଲାଗିବ ଓ ଆହୁରି କେତେ ଅର୍ଥ ବିନିଯୋଗ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ପିସିସି ଗଣମାଧ୍ୟମ ବିଭାଗ ଉପାଧ୍ୟକ୍ଷ ଅମିୟ ପାଣ୍ଡବ। ସେ କହିଛନ୍ତି କଂଗ୍ରେସ ସରକାରଙ୍କ ସମୟରେ ଯେତେବେଲେ ପୁନରୁଦ୍ଧା ପ୍ରକ୍ରିୟା ଆରମ୍ଭ ହୋଇଥିଲା ୩୦ ହଜାରରୁ ଊର୍ଦ୍ଧ ସ୍ଥାନୀୟ ଅଂଚଳର ଲୋକହ୍କୁ ଊଭୟ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ନିଯୁକ୍ତି ସୁବିଧା ବା ବିଭିନ୍ନ କାମଧନ୍ଦା ପାଇବେ ବୋଲି କୁହାଯାଇଥିଲା। ବର୍ତ୍ତମାନର ସରକାର ବା ପ୍ଲାଣ୍ଟ କର୍ତ୍ତୃପକ୍ଷ ସ୍ଥାନୀୟ ଅଂଚଳର କେତେ ଲୋକଙ୍କୁ ନିଯୁକ୍ତି ସୁବିଧା ଯୋଗାଇବେ ବୋଲି ନିର୍ଦ୍ଦିଷ୍ଟ ଭୋବେ କିଛି କହି ନାହାଁନ୍ତି।ଏ ନେଇ ସରକାର ଓ ପ୍ରକଳ୍ପ କର୍ତ୍ତୃପକ୍ଷ ମତ ରଖନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ପାଣ୍ଡବ ଦାବି କରିଛନ୍ତି। ପ୍ରକଳ୍ପରେ ବର୍ତ୍ତମାନ ହଜାର.ହଜାର ଠିକା ଶ୍ରମିକ ନିୟୋଜିତ ହୋଇଛନ୍ତି। ଶ୍ରୀଯୁକ୍ତ ପାଣ୍ଡବ ଅଭିଯୋଗ କରିଛନ୍ତି ପ୍ଲାଣ୍ଡରେ ବାହାର ଅଂଚଳର ଯୁବକ,ଯୁବତୀମାନଙ୍କୁ ନିଯୁକ୍ତି ସହ ଲୋକଙ୍କୁ ଠିକା କାମରେ ନିୟୋଜିତ କରାଯାଊଥିବାବେଳେ ସ୍ଥାନୀୟ ଅଂଚଳରେ ଲୋକଙ୍କୁ କାହିଁକି ଏହି କାର୍ଯ୍ୟରେ ନିୟୋଜିତ କରାଯାଊ ନାହିଁ ବୋଲି ପ୍ରଶ୍ନ କରିଥିଲେ।

ଆଜିର ସାମ୍ବାଦିକ ସମ୍ମୀଳନୀରେ ଅମିୟ ପାଣ୍ଡବଙ୍କ ସହ ଜଗଦାନନ୍ଦ ପ୍ରଧାନ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଊପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *