ଖେଳ ଓ ଖେଳାଳି ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ – ଇସ୍ତଫା ଦେଲେ କୋଷାଧକ୍ଷ Angul OnlineJune 12, 2022June 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ ଦେଖା ଦେଇଛି । ଆସୋସିଏସନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି । ଏହା ସହ ଚଳିତ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦-୨୦ କ୍ରିକେଟ ମ୍ୟାଚ ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନକୁ ଆସିଥିବା ପାସ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ହୋଇ ସଂଘର କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ କହିବା କଥା ସଂଘର କିଛି ବରିଷ୍ଠ କର୍ମକର୍ତ୍ତା ମନମୁଖୀ କାର୍ଯ୍ୟ ଚଳାଇ ଆସୁଛନ୍ତି । ଆସୋସିଏସନର ଉନ୍ନତି ମୂଳକ କାର୍ଯ୍ୟ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ , ସବୁଥିରେ ନିଜକୁ ସୁହାଇଲା ଭଳି କାରଜ୍ତୀ କରୁଛନ୍ତି ଯାହାକୁ ନେଇ ସେ ଅନେକ ଦିନ ହେଲା ଅସନ୍ତୁଷ୍ଟ ଥିଲେ । ଆଉ ଏବେ ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଆସୋସିଏସନକୁ ଆସିଥିବା ପାସ ବାବଦରେ ତାଙ୍କୁ କିଛି ଜଣା ଗଲା ନାହିଁ । କୋଷାଧ୍ୟକ୍ଷ ହୋଇ ସେ , ବାରବାଟୀ ମ୍ୟାଚ ପାଇଁ କେତେ ପାସ ଆସିଥିଲା ଏବଂ ସେସବୁ କେଉଁ ମାନଙ୍କୁ ଦିଆଗଲା ସେ ଜାଣି ପାରିଲେ ନାହିଁ । ମୁଖ୍ୟତଃ ସଂଘର ସଭାପତି ଓ ସମ୍ପାଦକ ତାଙ୍କୁ ଏ ବିଷୟରେ ନ ଜଣାଇବାରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଖବର ସମ୍ପାଦକ ସାଗର ନାଥ ମିଶ୍ରଙ୍କ ପାଖକୁ ପଠାଇଥିବା ଜଣାଇଛନ୍ତି । Advertisement
ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଫାଇନାଲରେ କମାଣ୍ଡୋ ୧୧ ଏବଂ ତେଲକୋଇ ଅନୁଗୁଳ – ଅନୁଗୁଳ ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଆଜି ( ବୁଧବାର) ଖେଳା ଯାଇଥିବା…
ଜେଏସପି ଭଲିବଲ୍ ଟୁର୍ନାମେଣ୍ଟ ୨୦୨୩ – ରୟାଲ୍ ଡାଇନାମୋସ୍ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଭଲିବଲ ଟୁର୍ନାମେଣ୍ଟ –…
ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ…