ଅନୁଗୁଳ – ଆବଶ୍ୟକତା ଠାରୁ କମ୍ ପରିମାଣରେ ଯୋଗାଣ ଯୋଗୁ ଅନୁଗୁଳ ଜିଲ୍ଲାରେ କରୋନା ଟିକାକରଣ କ୍ଷୀପ୍ର ଗତିରେ ହୋଇପାରୁ ନାହିଁ । ମଙ୍ଗଳବାର ଜିଲାରେ ୨ ହଜାର ୯୦୮ ଟି ଡୋଜ୍ ଟିକା ଦିଆଯାଇଛି । ଏଥି ସହିତ ଜିଲାରେ ମୋଟ ୩ ଲକ୍ଷ ୬୯ହଜାର ୧୨୫ଟି ଟିକା ଦିଆଗଲାଣି । ଏଥିରେ ୨ ଲକ୍ଷ ୯୯ ହଜାର ୩୩୨ଟି ପ୍ରଥମ ଡୋଜ୍ ରହିଥିବା ବେଳେ ୬୯ହଜାର ୭୯୩ ଟି ଦ୍ବିତୀୟ ଡୋଜ୍ ରହିଛି । ତେବେ ଏହି ଜିଲ୍ଲାରେ ଭିନ୍ନ ଏକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଟିକା ପ୍ରତି ଅଧିକ ଆଗ୍ରହ ଦେଖାଦେଇଛି ।


