ଦେଢ଼ କୋଟି ଟଙ୍କାର ବାଣ ଜବତ – ୧୩ ଜଣ ଗିରଫ

ଅନୁଗୁଳ – ବେଆଇନ ବାଣ ଗଛିତ ରଖିଥିବା ବେପାରୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କାର ବାଣ ଜବତ କରିଛି । ଏହା ସହ ବେଆଇନ ଭାବେ ବାଣ ଗଛିତ ରଖିଥିବା ଅପରାଧରେ ୧୩ ଜଣଙ୍କୁ ପୁଲିସ ଗିରଫ କରିଛି ।

ସୂଚନା ଅନୁସାରେ ବର୍ତ୍ତମାନ ପାର୍ବଣ ୠତୁ ଚାଲିଥିବା ବେଳେ ପୁଲିସ ଅପରେସନ ଅଗ୍ନି ଆରମ୍ଭ କରିଛି । ଏଥିରେ ବେଆଇନ ଅସ୍ତ୍ରଶସ୍ତ୍ର , ବେଆଇନ ବାଣ ଓ ବେଆଇନ ବାରୁଦ ଉପରେ ପୁଲିସର ଇଣ୍ଟେଲିଜେନ୍ସ କାମ କରୁଛି । ଇଣ୍ଟେଲିଜେନ୍ସ ରିପୋର୍ଟକୁ ଆଧାର କରି ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଧିନରେ ଗଛିତ ଥିବା ବାଣ ଗୋଦାମ ଉପରେ ଚଢ଼ାଉ କରିଛି । ଏହି କ୍ରମରେ ତାଳଚେର ଥାନାରେ ୬ ଟି ମାମଲା , ଅନୁଗୁଳ ଥାନାରେ ୩ ଟି ମାମଲା , ଛେଣ୍ଡିପଦା ଥାନାରେ ୨ ଟି , ସଦର ଥାନାରେ ୨ ଟି , ବାଗଡ଼ିଆ ଓ ଏନଟିପିସି ଥାନାରେ ଗୋଟିଏ ଲେଖାଁ ମାମଲା ରୁଜୁ କରାଯାଇଛି । ଏହି ସବୁ ସ୍ଥାନରୁ ୫୭୧୦ କେଜି ବାଣ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହା ସହ ଗଛିତ ଥିବା ସ୍ଥାନକୁ ସିଲ କରି ଦିଆଯାଇ ସେମାନଙ୍କ ଲାଇସେନ୍ସ ବାତିଲ କରିବାକୁ ଲେଖା ଯାଇଛି ବୋଲି ଅନୁଗୁଳ ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।
ବାଇଟ – ରାହୁଲ ଜୈନ । ଏସ ପି , ଅନୁଗୁଳ ।

Advertisement

Leave a Reply

Your email address will not be published. Required fields are marked *