ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜବରଦସ୍ତି ନେଇଗଲେ ମୃତଦେହ । ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତର ମୃତ ଘୋଷଣା କରିବା ପରେ ମୃତ ଦେହ ଧରି ଚାଲିଗଲେ ସମ୍ପର୍କୀୟ। ମୃତକ ସାକସିଙ୍ଗା ଗାଁର ରଜତ ନାୟକ ।
ସୁଚନା ଅନୁସାରେ ସାକସିଙ୍ଗା ଗ୍ରାମର ରଜତ ନାୟକ ନିଜେ ଗାଡ଼ି ମାଲିକ ଥିବାବେଳେ ନିଜ ଗାଡି ନିଜେ ଚଲାନ୍ତି । ଆଜି ହିଙ୍ଗୁଳା କୋଲ୍ କରିଡ଼ର ରେ ଗାଡିରଖି ଚାଲିଚାଲି ଯାଉଥିବା ବେଳେ ପଛରୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଯାହା ଫଳରେ ତାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଶରିରକୁ ଗ୍ରାମ ବାସୀ ଡାକ୍ତରଖାନାରୁ ଜୋରଜବରଦସ୍ତ ନେଇ ଯିବାକୁ ଚେଷ୍ଟା କରିଥିଲେ । ମେଡ଼ିକାଲ ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ୨୦ ରୁ ୩୦ ଜଣ ଲୋକ ଜବରଦସ୍ତି ଏକ ଆମ୍ବୁଲାନ୍ସରେ ମୃତଦେହ ନେଇ ଚାଲି ଯାଇତଗିଲେ । ନେବାବେଳେ ଜଣେ ସୁରକ୍ଷା କର୍ମୀ ଆହାତ ମଧ୍ୟ ହୋଇଛନ୍ତି ।

