ମୁଖ୍ୟ ଖବର ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର Angul OnlineJune 16, 2023June 16, 2023 ଅନୁଗୋଳ – ଅନୁଗୋଳ ଜିଲା ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ , କଟରଙ୍ଗ ସେକ୍ସନ, ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି । କିଛିଦିନ ପୂର୍ବରୁ ଏହି ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀ ଦେହରେ ଗୁଳି ବାଜିଥିବା ମଧ୍ଯ ଜଣା ପଡ଼ିଛି । ଗତ କିଛି ଦିନ ତଳୁ ଏକ ପଡିଆରେ ହାତୀଟିର ମୃତ୍ଯୁ ହୋଇଥିବା ବେଳେ ପଚି ସଢ଼ି ଗନ୍ଧ ହେବାରୁ ଗତକାଲି ବନ ବିଭାଗ ହାତୀ ମରିଥିବା ଜାଣି ପାରିଥିଲା । ଆଜି ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ସଦଳବଳେ ଘଟଣା ସ୍ଥଳରେ ପହଂଚି ହାତୀର ବ୍ଯବଛେଦ କରି ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ଦେହରେ ଅନେକ ଦିନ ପୁର୍ବରୁ ଛେରା ବନ୍ଧୁକର ଗୁଳି ବାଜିଥିବା ବେଳେ ଏଥିପାଇଁ ହାତୀର ମୃତ୍ଯୁ ହୋଇ ନାହିଁ ବୋଲି ସାତକୋଶିଆ ଡିଏଫଓ ସରୋଜ ପଣ୍ଡା କହିଛନ୍ତି । ଶବ ବ୍ୟବଛେଦ ପରେ ମୃତ୍ଯୁର କାରଣ ଜଣା ପଡିବ ସେ କହିଥିବା ବେଳେ ଅଂଶୁଘାତ ଜନିତ ମୃତ୍ଯୁ ହୋଇଥାଇ ପାରେ ବୋଲି ସନ୍ଦେହ କରା ଯାଉଥିବା ସେ କହିଛନ୍ତି । Advertisement
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ଜ୍ଵାଇଁ ଘରୁ ମିଳିଲା ପୁଳା ପୁଳା ଟଙ୍କା ଅନୁଗୁଳ – ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଠମଲ୍ଲିକ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ଶତପଥୀଙ୍କର ୧୯ଟି ଜାଗାରେ…
ବାରହା ଫାଶରେ ପଡି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ…