ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କଟକ – ଅନୁଗୁଳ ଜିଲ୍ଲାର ଜଣେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଛେଣ୍ଡିପଦା ଥାନା ଅନ୍ତର୍ଗତ ମାମୁରିଆ ଗାଁ ରୁଗୁଡ଼ିସାହିର ଜୟ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ , ମୃତ ଜୟ ସାହୁ ୨୦୨୧ ଡିସେମ୍ବର ୧୬ ତାରିଖରେ ଛେଣ୍ଡିପଦା ପୁଲିସ ଜୟ ସାହୁଙ୍କୁ ୨୦୦୯ ମସିହାରେ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏକ ପୁରୁଣା ଓ୍ବାରେଣ୍ଟରେ ଗିରଫ କରି କୋଟ ଚାଲାଣ କରିଥିଲା । ତେବେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସକାଳ ୧୧ ଟା ବେଳେ ତାଙ୍କ ପରିବାର ଲୋକ ପାଇଥିଲେ ତେବେ ଜୟା ସାହୁଙ୍କ ମୃତ୍ୟୁ ଖବର ପରିବାର ଲୋକ ପାଇବା ପରେ ବାପା ଗୁରୁତର ଥିବା କି ମେଡ଼ିକାଲରେ ଚିକିତ୍ସା ହେବା ନେଇ ପରିବାର ଲୋକଙ୍କୁ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ଅଭିଯୋଗ ଆଣିଛନ୍ତି । ସୋମବାର ରାତିରୁ ଜୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲେ ମଧ୍ୟ ପରିବାର ଲୋକଙ୍କୁ ଅବଗତ କରି ନଥିବା ଅଭିଯୋଗ ଆଣିଛନ୍ତି । ଅନୁଗୋଳ ଜେଲରୁ ଚୌଦ୍ବାର ଜେଲକୁ ଜୟ ସାହୁଙ୍କୁ ସ୍ଥାନାନ୍ତରିତ କରାଯିବା ପରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା କଥା ତାଙ୍କ ପୁଅ ସୁଶିଲ ସାହୁ କହିଛନ୍ତି । ଏନେଇ ଅନୁଗୁଳ ଜେଲ ସୁପରିଡ଼େଣ୍ଟ ସୁଚିତ୍ରା ଦାସ କହିଛନ୍ତି ଯେ ଏହି ଅଭିଯୋଗ ସତ୍ୟ ନୁହଁ । ଜୟଙ୍କର ବାରମ୍ବାର ଦେହ ଖରାପ ରହୁଥିବାରୁ କଟକ ନିଆ ଯାଉଥିଲା । ପରେ କୋର୍ଟରୁ ଅନୁମତି ମିଳିବା ପରେ ଜୟଙ୍କୁ ଅନୁଗୁଳ ଜେଲରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାପରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଥିଲା । ଏନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ଚୌଦ୍ବାର ଜେଲରୁ ଚିକିତ୍ସା ପାଇଁ ଯିବା ପରେ ସେଠାରେ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିବେ । ଏନେଇ ମୁଁ କିଛି ଜାଣି ନାହିଁ କି କହି ପାରିବି ନାହିଁ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page