ଆଞ୍ଚଳିକ ସାତକୋଶିଆରେ ଘଡ଼ିଆଳର ମୃତ୍ୟୁ Angul OnlineJuly 29, 2023July 29, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର କୁମ୍ଭୀରର ସାତକୋଶିଆ ମହାନଦୀ ଗଣ୍ଡରେ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ମଝିପଡା ନାଳରେ କୁମ୍ଭୀରର ମଲା ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଆଜି ନାଳରୁ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଛେଦ କରିଛି । ଗତ ଚାରି ଦିନ ତଳୁ କୁମ୍ଭୀରର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ଉପର ମୁଣ୍ଡରେ ମାଛ ଜାଲ ଲାଗି ତାର ମୃତ୍ୟୁ ହୋଇଥିବା ଅନୁମାନ କରା ଯାଉଛି ବୋଲି ସାତକୋଶିଆ ଡି ଏଫ ଓ ସରୋଜ ପଣ୍ଡା କହିଛନ୍ତି । ସୂଚନାଯୋଗ୍ୟ ଯେ ଘଡ଼ିଆଳ କୁମ୍ଭୀରଙ୍କର ସୁରକ୍ଷିତ ଓ ପ୍ରାକୃତିକ ଆବାସସ୍ଥଳୀ କହିଲେ ସାତକୋଶିଆ ଗଣ୍ଡ।ଓଡ଼ିଶାର ଏହା ହେଉଛି ଏକମାତ୍ର ଆବାସସ୍ଥଳୀ।ଯେଉଁଠି ଘଡ଼ିଆଳ ବଂଶର ପୁନଃଉଦ୍ଧାର ପାଇଁ ସରକାର ଆଶାବାଦୀ ହୋଇଥିବା ବେଳେ ଏଠି ପାଇଲଟ ପ୍ରଜେକ୍ଟ ଭାବେ ଘଡ଼ିଆଳ ବି ଆରମ୍ଭ ହୋଇଛି।ନନ୍ଦନକାନନ ରୁ ଘଡ଼ିଆଳ ଶାବକକୁ ଆଣି ମହାନଦୀ ଗଣ୍ଡରେ ରାଜ୍ୟ ସରକାର ଛାଡୁଥିବା ବେଳେ ସୌଭାଗ୍ୟକ୍ରମେ ଦୀର୍ଘ ୪୦ବର୍ଷ ପରେ ସାତକୋଶିଆରେ ପ୍ରାକୃତିକ ଉପାୟରେ ଘଡ଼ିଆଳ ଛୁଆ ଜନ୍ମ ହେବା ଆରମ୍ଭ କରିଛନ୍ତି।ଏମିତି ଏକ ଶୁଭ ମୁହୂର୍ତ୍ତରେ ସାତକୋଶିଆରେ ଘଡ଼ିଆଳକୁ ହତ୍ୟା କରାଯିବା ଘଟଣା ସାତକୋଶିଆ କର୍ତ୍ତୃପକ୍ଷଙ୍କର ଘଡ଼ିଆଳ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। Advertisement
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…
ସାତକୋଶିଆ ସାମ୍ବାଦିକ ସଂଘର ନୂତନ କମିଟି ଗଠନ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିନେଶ ଦେହୁରୀଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ…
ବଦଳିଲେ ବଅଁରପାଳ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନାରୁ ବଦଳି କରା ଯାଇଛି । ତାଙ୍କୁ ଅନୁଗୁଳ ମହିଳା ଓ…