ବାଣିଜ୍ୟ ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିଙ୍କ ଜେଏସ୍ପି ପ୍ଲାଣ୍ଟ ପରିଦର୍ଶନ Angul OnlineMay 30, 2022May 30, 2022 ଭୁବନେଶ୍ୱର – ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଶନିବାର ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଛନ୍ତି। ଜେଏସପିର ପରିଚାଳନା ନିର୍ଦ୍ଦେଶକ ଭିଆର୍ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ସିଜିପିର ବିଭିନ୍ନ ବୈଶିଷ୍ଟ୍ୟ ଏବଂ ସିନ୍ଥେସିସ୍ ଗ୍ୟାସ୍ ଉତ୍ପାଦନ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ। ସିଜିପିର –ଡିଆରଆଇ ରୁଟ୍ ମାଧ୍ୟମରେ ଇସ୍ପାତ ଉତ୍ପାଦନ କରିବାରେ ଜେଏସପି ହେଉଛି ବିଶ୍ୱର ପ୍ରଥମ ଇସ୍ପାତ ନିର୍ମାତା। ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଖଣିଜ କଂଗ୍ରେସର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି ଯେ କୋଇଲା ଗ୍ୟାସିଫିକେସନ୍ ହେଉଛି କୋଇଲାର ଭବିଷ୍ୟତ। ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ କୋଇଲା ଗ୍ୟାସ ଟେକ୍ନୋଲୋଜିର ଲାଭ ଉପରେ ଶ୍ରୀ ଜିନ୍ଦଲ ଆଲୋକପାତ କରିଥିଲେ। କୋଇଲା ଗ୍ୟାସିଫିକେସନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ କୋଇଲା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ। ସିନ୍ଥେସିସ୍ ଗ୍ୟାସ୍ ବ୍ୟବହାର କରି ଇସ୍ପାତ ତିଆରି ପ୍ରଯୁକ୍ତିବିଦ୍ୟା ପାଇଁ ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିମାନେ ଜେଏସ୍ପିକୁ ପ୍ରଶଂସା କରିଛନ୍ତି । Advertisement
ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି…
ସରିଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ -ଅରବିନ୍ଦ ଭୂତିଆ ସଭାପତି ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଗତକାଲି ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର…
ଲକ୍ଷ୍ମୀ ହୋଣ୍ଡାର ପୂଜା ବମ୍ଫର ଅଫର – ହୋଣ୍ଡା ଗାଡି ମାତ୍ର ୧୧୦୦ ଟଙ୍କା ଡାଉନପେମେଣ୍ଟରେ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାର ପବିତ୍ର ପୂଜା ଅବସରରେ ବମ୍ଫର ଅଫର ଶୁଭାରମ୍ଭ ହୋଇଯାଇଛି । ଯେଉଁ…