ଲକ୍ଷ୍ମୀ ବସ ଧକ୍କାରେ ଡେଲିଭରି ବୟଙ୍କ ମୃତ୍ୟୁ

ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଲକ୍ଷ୍ମୀ ବସ୍‌ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟରସାଇକେଲ ଆରୋହି କୃତ୍ତିବାସପୁର ଅଞ୍ଚଳର ସୁମନ୍ତ ନାୟକଙ୍କର ମୃତ୍ୟୁ ଘଟିଛିି । ସୁମନ୍ତ ଜଣେ ଡେଲିଭରି ବୟ ଥିବା ଜଣାପଡିଛି ।

ସୂଚନା ଅନୁସାରେ , ଆମ୍ବସରମୁଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଲକ୍ଷ୍ମୀ ବସ ନଂ(ଓ ୧୯ ୱାଇ ୦୭୦୧ ) ଆସୁଥିବା ବେଳେ ଠାକୁରଗଡରୁ ଆମ୍ବସରମୁଣ୍ଡା ଅଭିମୁଖେ କୋରିୟର ନେଇ ଏକ ମୋଟରସାଇକେଲରେ ସୁମନ୍ତ ଯାଉଥିବା ବେଳେ ଦିନବନ୍ଧୁ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଠାକୁରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟି ଜବତକରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page