ଆଞ୍ଚଳିକ କାଞ୍ଜିଆହୁଦା ପାଇଁ ଦାବିପତ୍ର Angul OnlineMarch 3, 2022March 3, 2022 ଅନୁଗୁଳ – ଅନୁଗୁଳ ସହରରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି । ଜାତୀୟ ରାଜପଥ ସମେତ ସହରର ସବୁ ରାସ୍ତାରେ ବହୁ ସଂଖ୍ୟାରେ ଗାଈଗୋରୁ ବୁଲୁ ଥିବାରୁ ଅନେକ ଅସୁବିଧା ହେଉଛି । ଏହି ଗାଈ ଗୋରୁଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ମଣିଷ ମୃତାହତ ହେଉଥିବା ବେଳେ ଗାଈଗୋରୁ ମଧ୍ୟ ମୃତ୍ୟୁ ମୁଖରେ ପଡିବା ସହ ଅନେକ ଆହତ ମଧ୍ୟ ହେଉଛନ୍ତି । ୨୦୧୭ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୫୦ ରୁ ଅଧିକ ଗୋରୁ ଗାଈଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଅଧିକା ଆହତ ହୋଇଛନ୍ତି । କିଛି ଦିନ ଆଗରୁ ଅନିଲ ମିଶ୍ର ନାମକ ଜଣେ ଯୁବକଙ୍କର ଏକ ଷଣ୍ଢ ସହ ଧକ୍କା ହୋଇ ମୃତ୍ୟୁ ହୋଇଥିଲା । ତେବେ ଏହି ଗାଈ ଗୋରୁଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବା ସଦର ମହକୁମାରେ କାଞ୍ଜିଆହୁଦାଟିଏ ନାହିଁ । ଏଣୁ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ଆଜି ରୁକେଶ୍ ରୋସନ୍ ଦାସ୍ , ବାପୁଜୀ ପ୍ରଧାନ , ଆଲୋକ ଚାନ୍ଦ ସାହୁ , ସମ୍ବିଦ୍ ସାହୁ , ଅନୁପ ପଟ୍ଟନାୟକ ଆଦି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । Advertisement
ବନ୍ୟଜନ୍ତୁଙ୍କର ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅନୁଗୁଳ – ଅନୁଗୁଳ ଜିଲା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଗଜ ଉତ୍ସବ ନାମକ ଏକ କର୍ମଶାଳା ଆୟୋଜନ ହୋଇଥିଲା । ପ୍ରକୃତି ପରିବେଶ ଓ…
ହାତୀ ଆକ୍ରମଣରେ ମୃତ ପରିବାରଙ୍କୁ ଭେଟିଲେ ପିସିସି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରୁ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁସାହିରେ ହାତୀ…
ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି ଅନୁଗୁଳ – ବିଶ୍ବ ହିନ୍ଦୁ ପରିଷଦ , ଓଡିଶା ତରଫରୁ ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଗତ ୦୯…