ସମସ୍ୟା ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର Angul OnlineJune 3, 2022June 3, 2022 କିଶୋରନଗର – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ । ଏପରି କି ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା କରିଥିଲେ । ହେଲେ ଆଜିଯାଏ ପ୍ରକଳ୍ପ ନିର୍ମାଣ ଆରମ୍ଭ ହେଉନାହିଁ । ବାରମ୍ବାର ଦିଆଯାଉଥିବା ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ । ଫଳରେ ଏହା ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଭୁବନେଶ୍ୱରଠାରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି । କିଶୋରନଗର ବ୍ଲକର ବାମୁର ପଞ୍ଚାୟତ ଦେଇ ସୁରେଶ୍ୱରୀ ନାଳ ପ୍ରବାହିତ ହେଉଛି । ଏହି ନାଳରେ ବନ୍ଧ ବାନ୍ଧି ବିଭିନ୍ନ ପଞ୍ଚାୟତର ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ସ୍ଥାନୀୟ ଚାଷୀମାନେ ୧୯୬୫ ମସିହାରେ ଏକ ମାଟି ବନ୍ଧ ବାନ୍ଧିଥିଲେ । ତେବେ ଏଠାରେ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୨୦୦୫ ମସିହାରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ଶୁଭ ଦେଇଥିଲେ । ୨୦୦୯ ମସିହାରେ ବରପଡ଼ିଆଠାରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ଖୁବ୍ଶୀଘ୍ର ହେବ ଓ ପ୍ରଥମେ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ । ହେଲେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇନାହିଁ । ଏହି ପ୍ରକଳ୍ପ ନିର୍ମାଣ ହେଲେ ବିଦ୍ୟୁତ୍ ଉତ୍ପାଦନ ସହ ବାମୁର, ଓସ୍କାପାଲି, ଜଏରାଟ, ଧଉରାପାଲି, ରଣିଆକଟା, କଦଳିମୁଣ୍ଡା ପଞ୍ଚାୟତର ୧୦ ହଜାର ଏକର ଚାଷ ଜମିକୁ ପାଣି ମାଡ଼ିପାରିବ ବୋଲି ମନ୍ତ୍ରୀଙ୍କୁ ଦାବିପତ୍ରରେ ଜଣାଇଛନ୍ତି ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି । ସମ୍ପାଦକ ଅନନ୍ତ ଚରଣ ପ୍ରଧାନ, ରମଣୀ ରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ, ପୀତାମ୍ବର ପ୍ରଧାନ, ବାବାଜୀ ଚରଣ ପ୍ରଧାନଙ୍କ ସମେତ ମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ଉପସ୍ଥିତ ଥିଲେ । Advertisement
ପାଣି ଯୋଗାଣ ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତବାସୀ ୫ ଦିନ ହେଲା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି । ପାଇପ୍ ଲାଇନରେ…
ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର…
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…