ସମସ୍ୟା ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବି Angul OnlineNovember 17, 2021November 17, 2021 ଅନୁଗୁଳ – ଏସୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବିରେ ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି । କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ ଅନେକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । କିନ୍ତୁ ପୂର୍ବରୁ ଅନୁଗୁଳ ପୁରୀ ମେମୁ ଟ୍ରେନ୍ ଅନୁଗୁଳ ଚଳାଚଳ କରୁଥିବାବେଳେ ବର୍ତ୍ତମାନ ଅନୁଗୁଳ ନଆସି ତାଳଚେରଠାରୁ ଚଳାଚଳ କରୁଛି । ଏହି ଟ୍ରେନ୍ ଉପରେ ସହର ସମେତ ଆଖପାଖ ଅଞ୍ଚଳର ବହୁଲୋକ ଭୁବନେଶ୍ଵର, ପୁରୀ, ଢେଙ୍କାନାଳ, କଟକ ଦୈନିକ ଯିବାଆସିବା କରିଥାନ୍ତି । ହେଲେ ଟ୍ରେନ୍ ଅନୁଗୁଳ ଷ୍ଟେସନ ଆସୁ ନଥିବାରୁ ଯାତ୍ରୀମାନେ ବହୁ ହଇରାଣ ହେଉଛନ୍ତି । ଅପରପକ୍ଷରେ ସମ୍ବଲପୁର-ପୁରୀ ଇରସିଟି ଏକ୍ସପ୍ରେସ ଟ୍ରେନ ମଧ୍ୟ ଚଳାଚଳ କରୁନାହିଁ । ଅନୁଗୁଳ-ପୁରୀ ଟ୍ରେନ ଅନୁଗୁଳ ଠାରୁ ଚଳାଚଳ କରାଇବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ ତୁରନ୍ତ ଚଳାଚଳ କରିବା, ଷ୍ଟେସନ ଗୁଡିକରେ ଅଣସଂରକ୍ଷିତ ଟିକେଟ୍ ଉପଲବ୍ଧ କରାଯିବା ଆଦି ଦାବିରେ ସଂଗଠନ ପକ୍ଷରୁ ଆଜି ସକାଳୁ ଧାରଣା ଦିଆଯାଇଛି । ଏ ଦିଗରେ ୧୫ଦିନ ଭିତରେ ବାସ୍ତବ ପଦକ୍ଷେପ ଗ୍ରହଣ କରାନଗଲେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । Advertisement
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…
ଏମସିଏଲର ସବ୍ କମିଟି ବୈଠକ – ୧୨ଟି ସମସ୍ୟାର ଆଲୋଚନା ଅନୁଗୁଳ -: ଅନୁଗୁଳ ଜିଲ୍ଲା ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ…
ମାଛ ଚାଷ ପାଇଁ ଆସିଥିବା ଲକ୍ଷାଧିକ ସରକାରୀ ଟଙ୍କା ହଡ଼ପ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବରସାହି ଗ୍ରାମପଞ୍ଚାୟତ ମହିଳା ମହାସଂଘକୁ ଆସିଥିବା ସରକାରୀ ଅର୍ଥର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…