ସମସ୍ୟା ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବି Angul OnlineNovember 17, 2021November 17, 2021 ଅନୁଗୁଳ – ଏସୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବିରେ ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି । କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ ଅନେକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । କିନ୍ତୁ ପୂର୍ବରୁ ଅନୁଗୁଳ ପୁରୀ ମେମୁ ଟ୍ରେନ୍ ଅନୁଗୁଳ ଚଳାଚଳ କରୁଥିବାବେଳେ ବର୍ତ୍ତମାନ ଅନୁଗୁଳ ନଆସି ତାଳଚେରଠାରୁ ଚଳାଚଳ କରୁଛି । ଏହି ଟ୍ରେନ୍ ଉପରେ ସହର ସମେତ ଆଖପାଖ ଅଞ୍ଚଳର ବହୁଲୋକ ଭୁବନେଶ୍ଵର, ପୁରୀ, ଢେଙ୍କାନାଳ, କଟକ ଦୈନିକ ଯିବାଆସିବା କରିଥାନ୍ତି । ହେଲେ ଟ୍ରେନ୍ ଅନୁଗୁଳ ଷ୍ଟେସନ ଆସୁ ନଥିବାରୁ ଯାତ୍ରୀମାନେ ବହୁ ହଇରାଣ ହେଉଛନ୍ତି । ଅପରପକ୍ଷରେ ସମ୍ବଲପୁର-ପୁରୀ ଇରସିଟି ଏକ୍ସପ୍ରେସ ଟ୍ରେନ ମଧ୍ୟ ଚଳାଚଳ କରୁନାହିଁ । ଅନୁଗୁଳ-ପୁରୀ ଟ୍ରେନ ଅନୁଗୁଳ ଠାରୁ ଚଳାଚଳ କରାଇବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ ତୁରନ୍ତ ଚଳାଚଳ କରିବା, ଷ୍ଟେସନ ଗୁଡିକରେ ଅଣସଂରକ୍ଷିତ ଟିକେଟ୍ ଉପଲବ୍ଧ କରାଯିବା ଆଦି ଦାବିରେ ସଂଗଠନ ପକ୍ଷରୁ ଆଜି ସକାଳୁ ଧାରଣା ଦିଆଯାଇଛି । ଏ ଦିଗରେ ୧୫ଦିନ ଭିତରେ ବାସ୍ତବ ପଦକ୍ଷେପ ଗ୍ରହଣ କରାନଗଲେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । Advertisement
ରାଜପଥ ସମସ୍ଯା ନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗଡକରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି…
ନିଅଣ୍ଟିଆ ସାର – ରାତି ୧ ରୁ ଧାଡି ଲମ୍ବାଇଲେ ଚାଷୀ ଅନୁଗୁଳ – ସାର ସମସ୍ୟା ଚାଷୀଙ୍କ ପିଛା ଛାଡ଼ୁନି । ସାରର ଅଭାବ ଯୋଗୁଁ ଚାଷ କାମରେ ପଛେଇ ଯାଇଛି ଚାଷୀ । ମୁଖ୍ୟତଃ ଏହି ସମୟରେ…
୨୦୨୩ ଜୁନ ସୁଦ୍ଧା ସରିବ ରାଜପଥ କାମ – ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ର ସଂପ୍ରସାରଣ କାମ ସାରୁ ନାହିଁ । ଯାହା ଫଳରେ ଏହି ରାସ୍ତା ଦେଇ…