ସମସ୍ୟା ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ତାଳଚେରରେ ହେବା ପାଇଁ ଦାବି Angul OnlineJuly 3, 2021July 3, 2021 ତାଳଚେର – କଳାହୀରାର ସହର ତାଳଚେରରେ ବହୁ ପ୍ରତିକ୍ଷୀତ ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ସ୍ଥାପନ ହୋଇ ପାରି ନ ଥିବାରୁ ତାଳଚେର ବାସୀ ଉଦବେଗ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲାପାଳ ଟୁଇଟର ଆକାଉଣ୍ଟରେ ତାଳଚେରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗତ ଜୁନ ମାସ ପ୍ରଥମ ସପ୍ତାହରେ ପାଞ୍ଚଟି ପରିକଳ୍ପନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି କୋଲ ମ୍ୟୁଜିୟମ ତାଳଚେରର ରାଣୀପାର୍କ ନିକଟରେ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ କାହିଁକି ଏବଂ କେଉଁ ପରିସ୍ଥିତିରେ କୋଲ ମ୍ୟୁଜିୟମକୁ କାହା ମସୁଧାରେ ପୁଣି ଅନୁଗୁଳକୁ ସ୍ଥାନାନ୍ତର କରାଗଲା ସେ ସମ୍ପର୍କର ସବିଶେଷ ତଥ୍ୟ ତାଳଚେର ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରାଜ କିଶୋର ସାହୁ , ଯୁବ ସ୍ଵେଚ୍ଛାସେବୀ ଜିନେଶ ସାହୁ , ତାଳଚେର ଜନ ବିକାଶ କଲ୍ୟାଣ ସଂଘର ସଭାପତି ଶ୍ରୀ ଭୂପେନ ଥମ୍ବ । ଦୀର୍ଘ ଦିନ ହେବ ତାଳଚେରରେ ଏହି କୋଲ ମ୍ୟୁଜିୟମ ପାଇଁ ଦାବି ହୋଇ ଆସୁଥିଲା ଏବଂ କଳାହୀରାର ସହର ତାଳଚେରର କୋଲ ମ୍ୟୁଜିୟମଟି ଶୋଭା ବଢ଼ାଇବା ସହିତ ସମସ୍ତ ତାଳଚେର ବାସୀଙ୍କ ଦେଶର ବିକାଶ କ୍ଷେତ୍ରରେ ତ୍ୟାଗର ପ୍ରତୀକ ହେବ ବୋଲି ଆଶା କରିବା କୌଣସି ଏକ ନିର୍ଦ୍ଦିଷ୍ଟ କୁଚକ୍ରୀ ଗୋଷ୍ଠୀର ଶିକାର ହେଲା ବୋଲି ଅନୁଗୋଳ ଓ ତାଳଚେର ର ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରନ୍ତି । ଏହି ପରିପେକ୍ଷୀରେ ମାନନୀୟ ଅନୁଗୁଳ ଜିଲ୍ଲାପାଳ ଓ ଉଭୟ ସହରର ବୁଦ୍ଧିଜୀବୀମାନଙ୍କ ପ୍ରେସ ବିଜ୍ଞପ୍ତି ଜୁନ ମାସ ଆଠ ତାରିଖରେ ପ୍ରକାଶ ପାଉ ପାଉ ଅକସ୍ମାତ ଶେଷ ମୁହୂର୍ତରେ ପୁଣି ଜିଲ୍ଲା ପ୍ରଶାସନ ମତ ବଦଳାଇ ଅନୁଗୁଳରେ କରିବାକୁ କାହିଁକି ମନ ବଳେଇଲେ ଏହି ସମ୍ମିଳନୀରେ ପ୍ରଶ୍ନ କରା ଯାଇଛି । ସେମାନଙ୍କ କହିବା କଥା ତାଳଚେର ବ୍ଲକର ଏକୋଇଶିଟି ପଞ୍ଚାୟତରୁ ପ୍ରାୟତଃ ଷୋହଳଟି ପଞ୍ଚାୟତରେ ବାସ କରୁଥିବା ଅଧିବାସୀ ନିଜ ବାସଗୃହ,ଚାଷଜମି ହରାଇ ରାଷ୍ଟ୍ରହିତରେ କୋଇଲାଖଣି ଗୁଡିକ ପାଇଁ ଜମି ଓ ଘରବାଡ଼ି ତ୍ୟାଗ କରିବା ସହିତ ନିଜର ଲହୁ ଲୁହ ଢାଳି ଶ୍ରମଦାନର ଏକ ବିରଳ କିର୍ତ୍ତିମାନ ସ୍ଥାପନ କରି ପାରିଛନ୍ତି । ଯାହା ଉପରେ ଏଯାବତ ଏମସିଏଲ ନଅଟି ଖୋଲାମୁହାଁ କୋଇଲାଖଣିରେ ଖନନ କାର୍ଯ୍ୟ ଚାଲୁ ରଖିଛି । ରାଜ୍ୟ ଓ ଦେଶର ଆମ ଗଣତନ୍ତ୍ର ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ତାଳଚେର ବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଦେଖା ଯାଉଛି । ଏଠାରେ ଏବେ କୋଇଲାଖଣି ସ୍ଥାପନକୁ ଶହେ ବର୍ଷ ବିତି ଯାଇଛି । ଏହିଠାରୁ କୋଇଲା ଉତ୍ତୋଳନ ହୋଇ ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ, ଲୌହ ପ୍ରକଳ୍ପ, ଆଲୁମିନା ପ୍ରକଳ୍ପ ସହିତ ବହୁତ ଛୋଟ ବଡ ଶିଳ୍ପାନୁଷ୍ଠାନ ଅଞ୍ଚଳକୁ ଯାଉଛି । ଏହା ଛଡା ରାଜ୍ୟର ବହୁ ସଂଖ୍ୟାରେ କୁଟୀର ଶିଳ୍ପ ଓ ଲଘୁ ଉଦ୍ୟୋଗ ତାଳଚେରର କୋଇଲା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଛନ୍ତି । ତେବେ ବର୍ତ୍ତମାନ ତାଳଚେରର କଳା , ସାହିତ୍ୟ , ଐତିହ୍ୟର ସମ୍ପୂର୍ଣ୍ଣ କୀର୍ତ୍ତି ରହିବ କିନ୍ତୁ ତାଳଚେରରେ ତାହା ହେବନାହିଁ ଯାହା ବିଡ଼ମ୍ବନା ଓ ଲଜ୍ଜାର ବିଷୟ ବୋଲି ସହରର ବୁଦ୍ଧିଜୀବିମାନେ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରାରମ୍ଭରୁ ଚିହ୍ନଟ ହୋଇଥିବା ଜାଗାରେ ଶୀଘ୍ର କୋଲ ମ୍ୟୁଜିୟମ ପ୍ରତିଷ୍ଠା କରାଯାଉ, ନଚେତ ଆଗାମୀ ଦିନରେ ତାଳଚେରବାସୀ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଚେତାବନୀ ମଧ୍ୟ ଦିଆ ଯାଇଛି । ପ୍ରଶାସନିକ ସ୍ତରର ଜିଲ୍ଲାପାଳଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀମାନଙ୍କୁ ତାଳଚେର ବାସୀଙ୍କ ଏହି ଅନୁରୋଧକୁ ଗୁରୁତର ସହିତ ବିଚାରକୁ ଶୀଘ୍ର ନିଅନ୍ତୁ ବୋଲି ମତ ବ୍ୟକ୍ତ କରିଛନ୍ତି । Advertisement
ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ…
ଟିପିସିଓଡିଏଲ ଅଫିସ ସମ୍ମୁଖରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିକ୍ଷୋଭ ଅନୁଗୁଳ – ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହାନ୍ଵ କ୍ରମେ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି । ଏହି ପରିପେକ୍ଷିରେ ପ୍ରିପେଡ ସ୍ମାର୍ଟ ମିଟର…
ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ବେଖାତିର କରୁଛି ପ୍ରଶାସନ – ଅଭିଯୋଗ କଲେ ଦିଘି ଗ୍ରାମବାସୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଦିଘି ଗ୍ରାମ ଦେଇ ଯାଉଥିବା ଫ୍ଲାଏ ଓଭର ବ୍ରିଜକୁ ବେନିୟମ ଭାବେ ନିର୍ମାଣ କରାଯାଉଛି । ରାଜ୍ୟ…