ଆଞ୍ଚଳିକ ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା Angul OnlineJune 30, 2022June 30, 2022 ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର ୱାର୍ଡ ର ବାସିନ୍ଦାଙ୍କ ଅଭିଯୋଗ ହେଲା ଯେ ଗତ କାଲି ୧୧ ନମ୍ବର ୱାର୍ଡ ଜିଲ୍ଲା ପ୍ରଶାସନ ଯାଇ ସେହି ବସ୍ତୀକୁ ଉଛେଦ କରାଯିବ ବୋଲି ସେମାନଙ୍କୁ କହିଥିଲେ । ଗୋଟିଏ ଦିନ ମଧ୍ୟରେ ଏହି ସ୍ଥାନକୁ ଛାଡ଼ି ଚାଲିଯିବାକୁ ସେମାନଙ୍କୁ କହିଥିଲେ । ସେହି ବସ୍ତୀରେ ସେମାନେ ୩୫ ବର୍ଷରୁ ଉର୍ଦ୍ଧ ହେବ ରହୁଥିବା କହି ଏବେ ଉଠିବା ପାଇଁ କହିଲେ ଆମେ କୁଆଡେ ଯିବୁ ପ୍ରଶ୍ନ କରିଛନ୍ତି । ପ୍ରଥମେ ସେମାନଙ୍କୁ ଥାଇଥାନ କରିବାକୁ ସେମାନେ ଦାବି କରିଥିଲେ । ଏହି ଦାବି କରି ସେମାନେ ଅନୁଗୁଳ ନଗରପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । Advertisement
ସ୍ବପ୍ନର ଅନୁଗୁଳ – ସବୁଜ ଅନୁଗୁଳ ଲକ୍ଷ୍ୟରେ ଚାରା ରୋପଣ ଆରମ୍ଭ ଅନୁଗୁଳ – ଅନୁଗୁଳର ସାମାଜିକ ସଙ୍ଗଠନ ” ଆମ ଅନୁଗୁଳ ” ତରଫରୁ ସବୁଜ ସୁନ୍ଦର ଅନୁଗୁଳ ଗଠନ କରିବା ପାଇଁ ” ସ୍ବପ୍ନର ଅନୁଗୁଳ –…
ଲୋକ ପ୍ରତିନିଧିମାନେ ଉଠିଯିବା ସତ୍ବେ ଆର ପି ଡି ଏସି ବୈଠକ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ ଟି ପି ସି ଓ ତାଳଚେର ଟି ଟି ପି ଏସର ୯ମ ଆର ପି ଡି ଏସି…
ବଦଳିଲେ ବଅଁରପାଳ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନାରୁ ବଦଳି କରା ଯାଇଛି । ତାଙ୍କୁ ଅନୁଗୁଳ ମହିଳା ଓ…