ଆଞ୍ଚଳିକ ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା Angul OnlineJune 30, 2022June 30, 2022 ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର ୱାର୍ଡ ର ବାସିନ୍ଦାଙ୍କ ଅଭିଯୋଗ ହେଲା ଯେ ଗତ କାଲି ୧୧ ନମ୍ବର ୱାର୍ଡ ଜିଲ୍ଲା ପ୍ରଶାସନ ଯାଇ ସେହି ବସ୍ତୀକୁ ଉଛେଦ କରାଯିବ ବୋଲି ସେମାନଙ୍କୁ କହିଥିଲେ । ଗୋଟିଏ ଦିନ ମଧ୍ୟରେ ଏହି ସ୍ଥାନକୁ ଛାଡ଼ି ଚାଲିଯିବାକୁ ସେମାନଙ୍କୁ କହିଥିଲେ । ସେହି ବସ୍ତୀରେ ସେମାନେ ୩୫ ବର୍ଷରୁ ଉର୍ଦ୍ଧ ହେବ ରହୁଥିବା କହି ଏବେ ଉଠିବା ପାଇଁ କହିଲେ ଆମେ କୁଆଡେ ଯିବୁ ପ୍ରଶ୍ନ କରିଛନ୍ତି । ପ୍ରଥମେ ସେମାନଙ୍କୁ ଥାଇଥାନ କରିବାକୁ ସେମାନେ ଦାବି କରିଥିଲେ । ଏହି ଦାବି କରି ସେମାନେ ଅନୁଗୁଳ ନଗରପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । Advertisement
ରାବଣ ପୋଡିର ଅଫୁଟା ବାଣ ଫୁଟି ନାବଳକ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରା ଯାଇଥିଲା । ତାଳଚେର ସାଉଥବଲଣ୍ଡା ଠାରେ ମଧ୍ୟ…
ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ନିମନ୍ତେ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର କରଡାବାହାଳି ଠାରେ ବୁଧବାର ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଅନୁଗୁଳ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ…
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…