ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥପୁର ପଞ୍ଚାୟତ ଅଧୀନସ୍ଥ ଏଫସିଆଇ ମୁଣ୍ଡା ହଟିଙ୍ଗରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଛି । ଗତ ସପ୍ତାହ ମଧ୍ୟରେ ଜ୍ୱର ରେ ପୀଡିତ ହୋଇ ଗୋଡ଼ିବନ୍ଧ ହସ୍ପିଟାଲ, ସେଣ୍ଟ୍ରାଲ ହସ୍ପିଟାଲ ,ଉପଖଣ୍ଡ ସରକାରୀ ଡାକ୍ତରଖାନା ଏବଂ ଅନୁଗୁଳ ଜିଲ୍ଲା ମେଡିକାଲ ରେ ୫୦ ରୁ ଉର୍ଦ୍ଧ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ଡେଙ୍ଗୁ ହୋଇଥିବା ଟେଷ୍ଟ ରିପୋର୍ଟ ରୁ ଜଣା ପଡିଛି । ଏହାକୁ ନେଇ ସମଗ୍ର ଅଂଚଳରେ ଡେଙ୍ଗୁ ଜ୍ୱର କୁ ନେଇ ଆତଙ୍କ ଖେଳି ଯାଇଛି । ଏହି ଘଟଣା ଜଣା ପଡିବା ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ ହୋଇଛି ।
