ରାଜନୀତି ଦିନେଶ ପୁଣି ଥରେ ନେଲେ ବିଜୁ ଯୁବ ଜନତା ଦଳ ଦାୟୀତ୍ଵ Angul OnlineAugust 19, 2022August 19, 2022 ଅନୁଗୁଳ – ବିଜୁ ଜନତା ଦଳର ନୂତନ ରାଜ୍ୟ କମିଟି ସହ ସମସ୍ତ ଜିଲ୍ଲା ଏବଂ ଜୋନ ସଭାପତିଙ୍କ ନାମ ଆଜି ଘୋଷଣା କରା ଯାଇଛି । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ଘୋଷଣା କରିଥିବା ବେଳେ ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଦାୟୀତ୍ଵ ପୁଣି ଠାରେ ଦିନେଶ ପ୍ରଧାନଙ୍କୁ ମିଳିଛି । ଦିନେଶଙ୍କ ଉପରେ ପୁଣି ଠାରେ ଆସ୍ଥା ରଖି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଏହି ଗୁରୁ ଦାୟୀତ୍ଵ ତାଙ୍କୁ ଦେଇଥିବାରୁ ଦିନେଶ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପ୍ରଣବ ପ୍ରକାଶଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପୂର୍ବରୁ ଦଳର ନିଷ୍ପତ୍ତି ଅନୁସାରେ ତଥା ଦଳକୁ ମଜଭୁତ ପାଇଁ ଯାହା ଆବଶ୍ୟକ ତାହା କରୁଥିଲି ଏବଂ ଦଳ ଆଉଥରେ ତାଙ୍କ ଉପରେ ଭରସା ରଖିଥିବା ଯୋଗୁଁ ସଙ୍ଗଠନକୁ ଆହୁରି ମଜଭୁତ କରିବାକୁ କମ କରିବି ବୋଲି ଦିନେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଦିନେଶଙ୍କୁ ଚଳିତ ଥରକୁ ମିଶାଇ ତୃତୀୟ ଥର ପାଇଁ ଏହି ଦାୟୀତ୍ଵ ମିଳିଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳ ତରଫରୁ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ଜିଲ୍ଲା ପରିଷଦ ଜୋନ ୨/ ୩/୪ ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକ ର ୧ ନଂ ଜୋନ ର ଦାୟିତ୍ତ୍ବ ସଫଳ ଭାବେ ଲିଭାଇଥିଲେ । ଠିକ ସେହିପରି ଦଳ ର ନିର୍ଦେଶ କ୍ରମେ ବଅଁରପାଳ ବ୍ଲକ ର ୨୫/ ୨୬ /୨୭ ଜୋନରେ ମଧ୍ୟ ଦଳ ପାଇଁ କଠିନ ପରିଶ୍ରମ କରି ସଫଳତା ଆଣିଥିଲେ । ବିଶେଷ କରି ୨୫ ବର୍ଷ ପରେ ଅନୁଗୁଳ ମୁନିସିପାଲିଟି ନିର୍ବାଚନରେ ତାଙ୍କୁ ଗୁରୁ ଦାୟିତ୍ତ୍ବ ଦିଆଯାଇଥିଲା । Advertisement
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…
ବିଜେପିର ମଣ୍ଡଳ ସଭାପତି ତାଲିକା ହେଲା ଘୋଷଣା , କିଏ ହେବ ଜିଲ୍ଲା ସଭାପତି ? ଅନୁଗୁଳ – ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ…
ମୁକ୍ତା ଯୋଜନାର ସଫଳତା – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ…