ରାଜନୀତି ଦିନେଶ ପୁଣି ଥରେ ନେଲେ ବିଜୁ ଯୁବ ଜନତା ଦଳ ଦାୟୀତ୍ଵ Angul OnlineAugust 19, 2022August 19, 2022 ଅନୁଗୁଳ – ବିଜୁ ଜନତା ଦଳର ନୂତନ ରାଜ୍ୟ କମିଟି ସହ ସମସ୍ତ ଜିଲ୍ଲା ଏବଂ ଜୋନ ସଭାପତିଙ୍କ ନାମ ଆଜି ଘୋଷଣା କରା ଯାଇଛି । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ଘୋଷଣା କରିଥିବା ବେଳେ ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଦାୟୀତ୍ଵ ପୁଣି ଠାରେ ଦିନେଶ ପ୍ରଧାନଙ୍କୁ ମିଳିଛି । ଦିନେଶଙ୍କ ଉପରେ ପୁଣି ଠାରେ ଆସ୍ଥା ରଖି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଏହି ଗୁରୁ ଦାୟୀତ୍ଵ ତାଙ୍କୁ ଦେଇଥିବାରୁ ଦିନେଶ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପ୍ରଣବ ପ୍ରକାଶଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପୂର୍ବରୁ ଦଳର ନିଷ୍ପତ୍ତି ଅନୁସାରେ ତଥା ଦଳକୁ ମଜଭୁତ ପାଇଁ ଯାହା ଆବଶ୍ୟକ ତାହା କରୁଥିଲି ଏବଂ ଦଳ ଆଉଥରେ ତାଙ୍କ ଉପରେ ଭରସା ରଖିଥିବା ଯୋଗୁଁ ସଙ୍ଗଠନକୁ ଆହୁରି ମଜଭୁତ କରିବାକୁ କମ କରିବି ବୋଲି ଦିନେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଦିନେଶଙ୍କୁ ଚଳିତ ଥରକୁ ମିଶାଇ ତୃତୀୟ ଥର ପାଇଁ ଏହି ଦାୟୀତ୍ଵ ମିଳିଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳ ତରଫରୁ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ଜିଲ୍ଲା ପରିଷଦ ଜୋନ ୨/ ୩/୪ ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକ ର ୧ ନଂ ଜୋନ ର ଦାୟିତ୍ତ୍ବ ସଫଳ ଭାବେ ଲିଭାଇଥିଲେ । ଠିକ ସେହିପରି ଦଳ ର ନିର୍ଦେଶ କ୍ରମେ ବଅଁରପାଳ ବ୍ଲକ ର ୨୫/ ୨୬ /୨୭ ଜୋନରେ ମଧ୍ୟ ଦଳ ପାଇଁ କଠିନ ପରିଶ୍ରମ କରି ସଫଳତା ଆଣିଥିଲେ । ବିଶେଷ କରି ୨୫ ବର୍ଷ ପରେ ଅନୁଗୁଳ ମୁନିସିପାଲିଟି ନିର୍ବାଚନରେ ତାଙ୍କୁ ଗୁରୁ ଦାୟିତ୍ତ୍ବ ଦିଆଯାଇଥିଲା । Advertisement
ବିଜେଡି ର ମିଶ୍ରଣ ପର୍ବ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଛେଣ୍ଡିପଦା -(AO)- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ବଡହିଁସର ପଞ୍ଚାୟତର ମା ଖୁମ୍ବେଶ୍ବରୀ ପିଠଠାରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ…
ଦିନେଶ ପ୍ରଧାନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ତ୍ବପୂର୍ଣ ଦାୟିତ୍ୱ ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କୁ ଓଡିଶା ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ…
ସ୍ଵାୟତ ଶାସନ ଦିବସକୁ ବର୍ଜନ କଲେ ବିଜେଡ଼ି କାଉନସିଲର ସମେତ ପୌରାଧ୍ୟକ୍ଷ ତାଳଚେର – ୧୯୫୨ ମସିହାରେ ସ୍ଥାପିତ ତାଳଚେର ପୌରପାଳିକା ତା’ର ୭୧ ତମ ଜନ୍ମ ଦିବସ ତଥା ସ୍ବାୟତ୍ତ ଶାସନ ଦିବସ ପାଳନ କରିଥିବାବେଳେ ଅବ୍ୟବସ୍ଥା ଭିତରେ…