ଏଣ୍ଟ୍ରି ଫି ବୃଦ୍ଧିକୁ ନେଇ ବସ ମାଲିକ–ଟର୍ମିନାଲ ମଧ୍ୟରେ ବିବାଦ

ଅନୁଗୁଳ – ଅନୁଗୁଳରେ ଯାତ୍ରୀ ମାନଙ୍କ ସେବା ପାଇଁ ସରକାରଙ୍କ ତରଫରୁ ରାଜ୍ୟର ପ୍ରଥମ କରି ପିପି ମୋଡ଼ରେ ନୂତନ ବସ ଟର୍ମିନାଲ କରାଯାଇଥିଲା । ଆତ୍ୟଧୁନିକ ସେବା ସହ ସମସ୍ତ ପ୍ରକାର ସୁବିଧା ସେଠାରେ ରହିବା ନେଇ ସରକାରଙ୍କ ସହ ଚୁକ୍ତି ହୋଇଥିଲା । କିନ୍ତୁ କିଛି ବର୍ଷ ଚାଲିବା ପରେ ନୂତନ ବସ ଟର୍ମିନାଲରେ ଏଣ୍ଟ୍ରି ଫି ବୃଦ୍ଧିକୁ କେନ୍ଦ୍ର କରି ସୋମବାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଟର୍ମିନାଲ କର୍ତ୍ତୃପକ୍ଷ ପକ୍ଷରୁ ଏଣ୍ଟ୍ରି ଫି ୫୦ ଟଙ୍କାରୁ ବଢ଼ାଇ ୧୦୦ ଟଙ୍କା କରାଯାଇଥିବାକୁ ବିରୋଧ କରି ବସ ମାଲିକ ସଂଘ ଓ ବସ କର୍ମଚାରୀମାନେ ଟର୍ମିନାଲ ବାହାରେ ଧରଣାରେ ବସି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ବସଗୁଡ଼ିକ ଟର୍ମିନାଲ ଭିତରକୁ ପ୍ରବେଶ କରୁନାହିଁ ଓ ବାହାରୁ ଯାତ୍ରୀମାନେ ବସକୁ ଚଢ଼ୁଥିବାର ଦେଖିବାକୁ ମିଳିଥିଲେ କରୁଥିବା ଦେଖାଯାଇଛି।

ନୂତନ ବସ ଟର୍ମିନାଲ ଚାଲୁ ହେବା ପରଠାରୁ ପ୍ରତ୍ୟେକ ବସ ପାଇଁ ୫୦ ଟଙ୍କା ଏଣ୍ଟ୍ରି ଫି ଆଦାୟ ହୋଇ ଆସୁଥିଲା। ସେହିପରି ଟର୍ମିନାଲ ଭିତରେ ବସ ରାତିରେ ରହିଲେ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡୁଥିଲା। ହେଲେ ଏବେ ଟର୍ମିନାଲ ପକ୍ଷରୁ ଏଣ୍ଟ୍ରି ଫି ବୃଦ୍ଧି କରି ୧୦୦ ଟଙ୍କା କରାଯାଇଛି। ଏହାକୁ ବସ ମାଲିକ ସଂଘ ଓ ବସ କର୍ମଚାରୀମାନେ ବିରୋଧ କରିଛନ୍ତି।ବସ ମାଲିକମାନଙ୍କ କହିବା ଅନୁସାରେ, ପୁରୁଣା ବସ ଷ୍ଟାଣ୍ଡ ଛାଡି ଦୁଇ ବର୍ଷ ହେଲା ନୂତନ ବସ ଟର୍ମିନାଲରୁ ବସ ଚଳାଚଳ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ଟର୍ମିନାଲରେ ବସ କର୍ମଚାରୀ ଓ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯଥା ପିଇବା ପାଣି, ଶୌଚାଳୟ ଓ ରେଷ୍ଟ ରୁମ ଭଳି ବ୍ୟବସ୍ଥା ଯଥେଷ୍ଟ ନଥିବା ଅଭିଯୋଗ ହେଉଛି। ଏହି ପରିସ୍ଥିତିରେ ଏଣ୍ଟ୍ରି ଫି ବୃଦ୍ଧିକୁ ବସ ମାଲିକ ସଂଘ ଗ୍ରହଣ କରିନାହିଁ। ଏନେଇ ପୂର୍ବରୁ ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ଅଭିଯୋଗ ହେଉଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page