ଖେଳ ଓ ଖେଳାଳି ଜିଲା ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ – ପ୍ରଶାସନ ଦଳ ବିଜୟୀ Angul OnlineDecember 17, 2022December 17, 2022 ଅନୁଗୁଳ – ଶନିବାର ଅନୁଗୁଳ ସାମ୍ବାଦିକ ଏକାଦଶ ଓ ଜିଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜା ଉଠାଇଥିଲେ । ତେବେ ୧୫ ଓଭର ବିଶିଷ୍ଟ ଏହି ମ୍ୟାଚରେ ସାମ୍ବାଦିକ ଦଳକୁ ହରାଇ ପ୍ରଶାସନ ବିଜୟ ହାସଲ କରିଥିବା ଜଣାପଡିଛି ।ସୂଚନା ଅନୁସାରେ ଅନୁଗୁଳ କଦମ ପଡିଆ ଠାରେ ୧୫ ଓଭର ବିଶିଷ୍ଟ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା। ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଉପଜିଲ୍ଲାପାଳ ବୈତୁରା ଦୀପ, ତହସିଲଦାର ବିମଳ କୁମାର ଲେଙ୍କା, ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଓ ଜିଲା କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଉକ୍ତ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ଏହି ମ୍ୟାଚରେ ପ୍ରଥମେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ସାମ୍ବାଦିକ ଦଳ ତରଫରୁ ସମରେଶ ନାଥ ଟସ କାର୍ଯ୍ୟକ୍ରମ କରିଥିଲେ । ଟସ ଜିତି ସାମ୍ବାଦିକ ଦଳ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଶାସନ ଦଳ ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଥିଲା। ୧୫ ଓଭର ଶେଷସୁଦ୍ଧା ପ୍ରଶାସନ ଏକାଦଶ ୯ଟି ମୂଲ୍ୟବାନ ୱିକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲା। ଅପରପକ୍ଷେ ପ୍ରତିପକ୍ଷ ସାମ୍ବାଦିକ ଦଳ ଦ୍ୱିତୀୟ ପାଳିରେ ପ୍ରଶାସନ ଦଳ ଆଗରେ ନିଜର ବହୁମୂଲ୍ୟ ସମସ୍ତ ୱିକେଟ ହରାଇ ୧୩ ଓଭରରେ ୬୮ ରନ କରି ଅଲଆଉଟ ପରାଜୟ ହୋଇଥିଲେ । ବିଜୟୀ ପ୍ରଶାସନ ଦଳକୁ ଉପଜିଲ୍ଲାପାଳ ବୈତୁରା ଦୀପ ପୁରସ୍କାର ପ୍ରଦାନ କରିଥିଲେ। Advertisement
ହକି ୱାର୍ଲଡ଼ କପର ପ୍ରଚାର ପ୍ରସାର ପାଇଁ ପ୍ରଶାସନର ଉଦ୍ୟମ ଅନୁଗୁଳ – ସାରା ଓଡ଼ିଶାରେ ଏବେ ହକି ଫିବର । ଓଡ଼ିଶାରେ ହେବାକୁ ଥିବା ପୁରୁଷ ୱାର୍ଲଡ଼ କପ ହକି ପାଇଁ ରାଜ୍ୟ ସରକାର ସବୁ ପ୍ରକାର…
ଓଡିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…