ଯୁବ ଫଟୋ ଗ୍ରାଫର ମାନଙ୍କୁ ନେଇ ଗଠିତ ହେଲା ଜିଲ୍ଲା ଫଟୋ ଗ୍ରାଫର କ୍ଲବ୍

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଯୁବ ଫଟୋଗ୍ରାଫର ମାନଙ୍କୁ ନେଇ ଜିଲ୍ଲାରେ ନୂଆ କରି ଗଠନ ହେଲା ଅନୁଗୁଳ ଜିଲ୍ଲା ଫଟୋ ଗ୍ରାଫର କ୍ଲବ୍ । ଏନେଇ ଏକ କ୍ଲବ୍ ର ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଜିଲ୍ଲାର ପ୍ରାୟ ୨୦୦ ରୁ ଅଧିକ ଫଟୋଗ୍ରାଫର ଯୋଗଦେଇଥିବା ବେଳେ ଆଗାମୀ ବର୍ଷ ଏବଂ ଚଳିତ ବର୍ଷ କିଭଲି ଜିଲ୍ଲାରେ ଫଟୋଗ୍ରାଫର ମାନେ ଭଲରେ କାମ କରିବେ ସେ ନେଇ ଆଲୋଚନା ହୋଇଥିଲା । ଏହା ସହିତ କ୍ଲବର ବିଭିନ୍ନ ପଦବୀ ପାଇଁ ସଦସ୍ୟ ଘୋଷଣା ହେବା ସହିତ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ମନୋନୀତ କରାଯାଇଛି । ବୈଠକରେ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ନାଥ ଆଇନ୍ ପରାମର୍ଶ ଦାତା ସହିତ କ୍ଲବର ଉପଦେଷ୍ଠା ଭାବେ ଯୋଗଦେଇ କ୍ଲବର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମତ ପୋଷଣ କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ମନୋଜ ପାଳ, କାର୍ଯ୍ୟକାରୀ ସଭାପତି ଭାବେ ରଘୁନାଥ ଦାସ, ସମ୍ପାଦକ ଭାବେ ରୂପ ରୁପେଶ ବେହେରା, ଯୁଗ୍ମ ସମ୍ପାଦକ ଭାବେ ସିଦ୍ଧାନ୍ତ କୁମାର ପରିଡା ଓ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିଭଲି ଭାବେ ଉପସଭାପତି ୫ ଜଣ ନୀଳମଣି ବେହେରା, ସଲିଭ୍ ପ୍ରଧାନ, ଅନିଲ ସାହୁ, ସୁନୀଲ ସାହୁ ଏବଂ ସହ ସମ୍ପାଦକ ଭାବେ ଆଲୋକ ବେହେରା,ପ୍ରଦୀପ ନାୟକ, ଯୋଗିନାଥ ସାହୁ, ବାଜି, ସୁନୀଲ ମହାନ୍ତି, ଅଭିନାଶ ମହାରଣା, କୈଲାସ ବେହେରା, ଓ ରାଜୁ ଙ୍କୁ ସର୍ବସମ୍ମତି ଭାବେ ମନୋନୀତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page