ଭଲ ଖବର ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଭେଣ୍ଟିଲେଟର ଓ ବାଇପାପ ମେସିନ ପ୍ରଦାନ Angul OnlineJune 4, 2021June 4, 2021 ଅନୁଗୁଳ – ସମ୍ପ୍ରତି ସାରା ଦେଶରେ କୋଭିଡ ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ । କରୋନାର ଭୟାବହତାକୁ ଦେଖି ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ସମସ୍ତେ ବ୍ୟସ୍ତ ବିବ୍ରତ । କେଉଁ ସମୟରେ ମହାମାରୀ କାହାକୁ ଯେ ତା କବଳକୁ ନେଇଯିବା ତାହା କହି ହେବ ନାହିଁ । ଏଭଳି ମୂହୁର୍ତ୍ତରେ ଉନ୍ନତ ମାନର ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ବେଶ ଜରୁରୀ ହୋଇ ପଡିଛି । ମୁଖ୍ୟତଃ ଅନୁଗୁଳ ଜିଲ୍ଲାରେ ଅକ୍ସିଜେନ , ଭେଣ୍ଟିଲେଟରର ବହୁଳ ଆବଶ୍ୟକତା ରହିଛି । ଏଭଳି ସମୟରେ ଅନୁଗୁଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ସହାୟତାର ହାତ ବଢା ଯାଇଛି । ଅନୁଷ୍ଠାନର ଅନୁଗୁଳ ଶାଖାର ମୁଖ୍ୟ ସ୍ଵପ୍ନାଶ୍ରୀ ଷଡଙ୍ଗୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ସାକ୍ଷାତ କରି ୫ ଟି ଭେଣ୍ଟିଲେଟର ଏବଂ ୩ ଟି ବାଇପାପ ମେସିନ ପ୍ରଦାନ କରିଛନ୍ତି । ଯାହାକି ଅନୁଗୁଳ ଜିଲ୍ଲାରେ ଥିବା ଚିକିତ୍ସାଳୟ , କୋଭିଡ କେୟାର ସେଣ୍ଟର ଗୁଡିକରେ କରୋନା ଜନିତ ସଙ୍କଟାପର୍ଣ୍ଣ ରୋଗୀଙ୍କ ବ୍ୟବହାରରେ ଲାଗି ପାରିବ । ଏହି ଅନୁଷ୍ଠାନ କରୋନାର ପ୍ରଥମ ଲହର ବେଳେ ମଧ୍ୟ ମହାମାରୀକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ବୋଲି ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଅନୁଷ୍ଠାନର ମୁଖ୍ୟ ସ୍ଵପ୍ନାଶ୍ରୀ କହିଥିଲେ । Advertisement
ଅନୁଗୁଳ ଜିଲ୍ଲାରେ ବସିବ ପଣସ ପ୍ରକ୍ରିୟାକରଣ ସ୍ବତନ୍ତ୍ର ୟୁନିଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପଣସର ମୂଲ୍ୟଯୁକ୍ତ କରାଯାଇ ଚାଷୀଙ୍କୁ ଫାଇଦା ଦେବା ପାଇଁ ଆରମ୍ଭ ହେବ ପଣସ ମିସନ । ପଣସ ଚାଷକୁ ପ୍ରୋତ୍ସାହନ ଦିଆଯିବା…
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…
ଚଷା ପୁଅରୁ ଆନ୍ତର୍ଜାତୀୟ ଆଥଲେଟ୍ ଅନୁଗୁଳ – ମୁଣ୍ଡରେ ଠେକା ହାତରେ ଦ୍ବିପହରର ଖାଇବା ମୁଣି । କଳା ଛତାଟେ ଧରିଲେ ଚଳୁଥିଲା , ନହେଲେ ନାହିଁ । କରଡାଗାଡିଆଠାରୁ ବିଲର ଦୂରତା…