ଗାଡି ଚାଳକଙ୍କ ଖାମଖିଆଲ ଯୋଗୁଁ ଗଳି ପଡ଼ିଲା ଲୁହା ରଡ଼ – ଅଳ୍ପକେ ବର୍ତ୍ତିଲେ ଛାତ୍ରୀ

ଅନୁଗୁଳ – ଅନୁଗୁଳ ସହର ଏବେ ବ୍ୟସ୍ତବହୁଳ ସହର ହୋଇ ପଡିଛି । ଏପରି ସ୍ଥଳେ ଗାଡି ମୋଟର ଚାଳକଙ୍କ ଅବହେଳା ପାଇଁ ଅନେକ ଦୁର୍ଘଟଣା ଘଟୁଛି । ଆଜି ଏକ ଏଭଳି ଦୃଶ୍ୟ ଅନୁଗୁଳ ସହର ଖାଓ ଗଳି ରାସ୍ତାରେ ଦେଖିବାକୁ ମିଳିଥିଲା । ଏକ ହାଇୱା ଗାଡ଼ିରେ ଚାଳକ ଏବଂ କର୍ମଚାରୀ ଲୁହା ରଡ଼ ନେଇ ଯାଉଥିବା ବେଳେ ସେମାନଙ୍କ ଅବହେଳା ପାଇଁ ଏକ ବଡ଼ ଅଘଟଣ ଘଟି ଥାଆନ୍ତା ।
ଖବର ଏଭଳି ଯେ , ଅନୁଗୁଳ ସହରର ଏବେ ସବୁଠାରୁ ବ୍ୟସ୍ତ ବହୁଳ ରହୁଥିବା ଖାଓ ଗଳିରେ ଏକ ହାଇୱା( ଯାହାର ନମ୍ବର ମଧ୍ୟ ସ୍ପଷ୍ଟ ଦେଖା ଯାଉନାହିଁ ) କିଛି ଲୁହା ରଡ଼ ବୋଝେଇ କରି ନେଇ ଯାଉଥିଲା । ତେବେ ଗାଡ଼ିରେ ଥିବା ଚାଳକ ଏବଂ ଅନ୍ୟ କର୍ମଚାରୀମାନେ ଖାମାଖିଆଲ ମନୋଭାବ ପୋଷଣ କଡୀ ସେ ସବୁ ରଡ଼ କୁ ନ ବାନ୍ଧି ନେଉଥିଲେ । ତେବେ ଖାଓ ଗଳିରେ ଗାଡି ଯାଉଥିବା ବେଳେ ହଠାତ ଗାଡ଼ିରେ ଥିବା ଲୁହା ରଡ଼ ସବୁ ଗାଡିର ପଛ ପାଖ ଦେଇ ରାସ୍ତାକୁ ଛିଟିକି ପଡିଥିଲା । ସେହି ସମୟରେ ପଛରୁ କିଛି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଆସୁଥିଲେ । ସୌଭାଗ୍ୟବଶତଃ ରଡ଼ ଗୁଡିକ ପଡିବା ସ୍ଥାନ ଠାରୁ ସେମାନଙ୍କ ବ୍ୟବଧାନ ଅଧିକ ଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ । ତେବେ ସେଠାରେ ଥିବା କିଛି ଲୋକ ଏହା ଦେଖି ଗାଡି ଚଳକଙ୍କୁ ତାଗିଦ କରିଥିଲେ । ଏପରି ଖାମଖିଆଲ ଭାବେ ଗାଡି ନ ଚଲାଇବା ଏବଂ ଜିନିଷ ନେବା ଆଣିବା ନ କରିବାକୁ ଚେତେଇ ଦେଇଥିଲେ ।

ତେବେ ସହର ମଧ୍ୟରେ ଚଳାଚଳ କରୁଥିବା ଭାରିଯାନ ହେଉ କି ମାଲ ପରିବହନ ଗାଡି ଗୁଡିକ ଉପରେ  ପୁଲିସ ଏବଂ ପରିବହନ ବିଭାଗ ନଜର ଦେବା ଆବଶ୍ୟକ ରହିଛି । ଏହି ସବୁ ଗାଡି ମଧ୍ୟରୁ ଅନେକ ସଡକ ସୁରକ୍ଷା ନିୟମ ମାନୁ ନଥିବା ବେଳେ ଗାଡିର ନମ୍ବର ମଦବ୍ୟ ଠିକରେ ଦେଖା ଯାଉ ନାହିଁ । ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି ବୋଲି ଲୋକ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page