ଇକୋ ପାର୍କ ସମେତ ଅନ୍ୟାନ୍ୟ ପାର୍କର ହେବ ନବୀକରଣ

ଅନୁଗୁଳ – ଅନୁଗୁଳ ସହର ଶିକ୍ଷାକପଡ଼ାରେ ଥିବା ଇକୋ ପାର୍କ ଆଜି ଜିଲ୍ଲାପାଳ ଅବଦୁଲ ଅଖତାର ବୁଲି ଦେଖିଛନ୍ତି । ବିଗତ କିଛି ବର୍ଷ ହେଲା ଉଜୁଡି ପଡିଥିବା ଏହି ଇକୋ ପାର୍କ ସେ ବୁଲି ଦେଖିବା ପରେ ପାର୍କର ଉନ୍ନତିକରଣ ପାଇଁ ନିର୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ଅନୁଗୁଳର ଏକ ମାତ୍ର ଆମୋଦ ପ୍ରମୋଦର ସ୍ଥାନ ହେଉଛି ଇକୋ ପାର୍କ । ହେଲେ ଏହି ଇକୋ ପାର୍କ ଗତ କିଛି ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡି ପଡିଛି । ପାର୍କର ଗଛ ଲତା ସବୁ ନଷ୍ଟ ହୋଇ ସାରିଥିବା ବେଳେ ଅନେକ ଲାଇଟ ମଧ୍ୟ ଭାଙ୍ଗି ଯାଇଛି । ତେବେ ଆଜି ଅନୁଗୁଳ ଜିଲ୍ଲାପାଳ  ଅବଦାଲ ଏମ୍ ଅଖତାର ଏହି ପାର୍କ ପରିଦର୍ଶନରେ ଆସିଥିଲେ ।  ଏଠାରେ ବୁଲିବା ପରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି । ମୁଖ୍ୟତଃ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । କେବଳ ଇକୋ ପାର୍କ ନୁହେଁ , ଅନ୍ୟାନ୍ୟ ପାର୍କ ଗୁଡିକର ମଧ୍ୟ ଉନ୍ନତିକରଣ ପାଇଁ ଏକ ପ୍ରସ୍ତାବ ଦେବା ସହ ଅଟକଳ ପ୍ରସ୍ତୁତି କରିବାକୁ ନିର୍ଦେଶ ଦେଇଛନ୍ତି । ସହରର ବହୁ ବରିଷ୍ଠ ନାଗରିକ ପୂର୍ବରୁ ପାର୍କ ଗୁଡିକର ଅବସ୍ଥା ନେଇ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏଥିପାଇଁ ଇକୋ ପାର୍କ , ଗୋପବନ୍ଧୁ ପାର୍କ , ଗାନ୍ଧୀ ପାର୍କ ଆଦିର ଉନ୍ନତିକରଣ କରାଯିବ । ଡି ଏମ ଏଫ ଫଣ୍ଡରୁ ଏଥିପାଇଁ ଟଙ୍କା ଖର୍ଚ୍ଚ ହେବ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ , ଆସିଷ୍ଟାଣ୍ଡ ଇଞ୍ଜିନିୟର , ଜେଇ ଏବଂ ଡି ଏମ୍ ଏଫ ର ଇଞ୍ଜିନିୟର ଆଦି ଉପସ୍ଥିତ ଥିଲେ । 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page