ମୁଖ୍ୟ ଖବର ହାତୀ ନେଲା ପୁଣି ଏକ ଜୀବନ Angul OnlineFebruary 1, 2023February 1, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀଙ୍କ ଉତ୍ପାତ ଜିଲ୍ଲାରେ ଥମୁନି। ହାତୀ ହାବୁଡ଼ରେ ପଡି ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଅନୁଗୋଳ ବ୍ଲକ ବସଲା ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ କଚାଡି ମାରିଛି । ମୃତ ବୃଦ୍ଧ ହେଲେ ସିଧେଶ୍ୱର ସେଠୀ ମଙ୍ଗଳବାର ପୂର୍ବାହ୍ନରେ ବଉଳି ନାଳ ନିକଟକୁ କାଠ ସଂଗ୍ରହ କରିବାକୁ ଆସିଥିଲେ । ମାତ୍ର ଘରକୁ ଫେରି ନଥିଲେ । ପରିବାର ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନଥିଲେ । ଆଜି ସକାଳୁ ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ହାତୀ ଆକ୍ରମଣରେ ତାଙ୍କ ଅନ୍ତବୁଜୁଲା ବାହାରି ପଡିଛି । ଗତକାଲିଠାରୁ ଏହି ଅଞ୍ଚଳରେ ହାତୀ ରହିଛନ୍ତି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛନ୍ତି । Advertisement
ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ…
ଚନ୍ଦ୍ରଯାନ ମିଶନ-୩ ସଫଳ ପଛରେ ରହିଛି ତାଳଚେର ବୈଜ୍ଞାନିକ ଶରତ ଦାସଙ୍କ ହାତ ଅନୁଗୁଳ – ଗତକାଲି ସଫଳ ହୋଇଛି ଚନ୍ଦ୍ରଯାନ ମିଶନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ…
ଦୁଇ ଦୁର୍ଘଟଣା – ଚାରି ମୃତ ଅନୁଗୁଳ – ଆଜି ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ବଅଁରପାଳରୁ ତାଳଚେର ଯାଇଥିବା ଜାତୀୟ ରାଜପଥ ୧୪୯ ରେ ଥିବା…