ରାଜନୀତି ବଦଳିଲେ ସଭାପତି , ଥମିଲା ନାହିଁ ଗୋଷ୍ଠି କନ୍ଦଳ Angul OnlineDecember 19, 2023December 20, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସକୁ ପୁରୁଣା ରୋଗ , ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳର ସ୍ଥିତି ବିଗିଡି ସାରିଥିବା ସତ୍ୱେ କଙ୍କଡା ନୀତିରେ ଏବେ ବି ଦଳର କର୍ମୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଅନୁଗୁଳ ଜିଲ୍ଲା କଂଗ୍ରେସ ତିନି ଗୋଷ୍ଠୀ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦଳ ସଭାପତି ଭାବେ ବିପ୍ଳବ ଜେନା ଦାୟିତ୍ୱ ତୁଲାଉଥିବା ବେଳେ ଯେଉଁ ଅବସ୍ଥା ଦଳ ନୂଆଁ ସଭାପତି ଚୟନ କରିବା ପରେ ଅବସ୍ଥା ଆହୁରି ବିଗିଡିଛି । ସପ୍ତାହକ ତଳେ କଂଗ୍ରେସର ଦୁଇ ଗୋଷ୍ଠୀ ସମାନ୍ତରାଳ ବୈଠକ କରି ବଳ କଷିଥିଲାବେଳେ ରବିବାର ପୂର୍ବତନ ଜିଲ୍ଲା ସଭାପତି ବିପ୍ଳବ ଜେନା ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନୁଗୁଳ ବ୍ଲକ୍ କରତପଟାଠାରେ ବନ୍ଧୁମିଳନ ଆଳରେ ବିପ୍ଳବ ଜେନା ତାଙ୍କ ସମର୍ଥକଙ୍କୁ ଏକାଠି କରି ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ଭବିଷ୍ୟତରେ ଏକ ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ ହେବାକୁ ଇଙ୍ଗିତ ଦେଇଛନ୍ତି । ସୁଚନା ଅନୁସାରେ କଂଗ୍ରେସ କିଛି ମାସ ତଳେ ବିପ୍ଳବଙ୍କୁ ଜିଲ୍ଲା ସଭାପତି ଦାୟୀତ୍ୱରୁ ହଟାଇ ତାଙ୍କ ସ୍ଥାନରେ ସଂଗ୍ରାମ ମିଶ୍ରଙ୍କୁ ଜିଲ୍ଲା କଂଗ୍ରେସ ସଭାପତି କରିଥିଲା । ଏହା ପରଠାରୁ ବିପ୍ଳବ ନିରବ ରହିଥିଲେ। ଦଳୀୟ କାର୍ଯ୍ୟକ୍ରମରେ ବିଶେଷ ଯୋଗ ଦେଉନଥିଲେ । ତାଙ୍କ ଗତିବିଧି ଉପରେ ଦଳୀୟ ନେତାଙ୍କ ନଜର ରହିଥିଲାବେଳେ ରବିବାର ସେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ । ଏଥିରେ ତାଙ୍କ ସମର୍ଥକମାନେ ଏକାଠି ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ । ତେବେ ଏହା ପୁର୍ବରୁ ଡିସେମ୍ବର ୧୦ ତାରିଖ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ରଂଜନ ମିଶ୍ର ଅନୁଗୁଳ କଂଗ୍ରେସ ଭବନଠାରେ ଏକ ବୈଠକ ଡାକିଥିଲେ । ଏହି ବୈଠକ ଡାକିବା ଦିନ ହିଁ କଂଗ୍ରେସ ନେତା ପ୍ରବୋଧ ସ୍ୱାଇଁ ସମାନ୍ତରାଳ ଭାବେ ଡେରେଜାଙ୍ଗ ପ୍ରୋଜେକ୍ଟ ଠାରେ ଏକ କର୍ମୀ ସମ୍ମିଳନୀ ଡାକି ବୈଠକ କରିଥିଲେ । ଯାହାକି ଖୋଲା ଖୋଲି ଭାବେ ଜିଲ୍ଲା ସଭାପତିଙ୍କ ବିରୁଦ୍ଧରେ ଥିଲା । ଉଭୟ ବୈଠକରେ ଶତାଧିକ କର୍ମୀ ଯୋଗ ଦେଇଥିବା ବେଳେ ନିଜ ନିଜ ନେତାଙ୍କ ସପକ୍ଷରେ ସମର୍ଥନ ପ୍ରକାଶ କରିଥିଲେ । ହେଲେ ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହାର କିଛିଦିନ ପରେ ପୁର୍ବତନ ଜିଲ୍ଲା ସଭାପତି ବିପ୍ଲବ ଜେନା ପୁଣି ଏକ ବୈଠକ ଡାକି ଜିଲ୍ଲା ସଭାପତିଙ୍କ ବିରୁଦ୍ଧରେ ଆହ୍ୱାନ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ନୀର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ ତୃତୀୟ ସ୍ଥାନରେ ଥିବା କଂଗ୍ରେସର ଏଭଳି ତିନି ଭାଗ ହେବା ଯୋଗୁଁ କଂଗ୍ରେସର ସ୍ଥିତି ଆଗକୁ ସ୍ପଷ୍ଟ ଅନୁମେୟ। Advertisement
ଇଭିଏମରେ ବନ୍ଦ ହେଲା ପୌରାଧ୍ୟକ୍ଷ-କାଉନସିଲରଙ୍କ ଭାଗ୍ୟ – ୨୬ ରେ ଫଳାଫଳ ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ସହରୀ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୮ଟାରୁ ଆରମ୍ଭ…
ସରପଞ୍ଚ ମାନଙ୍କ ସାଙ୍ଗଠନିକ ବୈଠକ ଅନୁଗୋଳ – ଅନୁଗୋଳ ଜିଲ୍ଲା ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଅନୁଗୋଳର ମାରଓ୍ବାଡି ଧର୍ମଶାଳା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି…
ସଂଗଠନ ହେଉଛି ଦୁର୍ବଳ – ଦାୟିତ୍ୱ ନେବେ ରଜନୀ !!! ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ସାଧାରଣ ଲୋକଙ୍କ ମନ ଜିଣିବାକୁ…