ଅନୁଗୁଳ – ଅନୁଗୁଳ ରେଲୱେ ଷ୍ଟେସନ ଠାରୁ ଆଜି ଦୁଇ ବସ୍ତା ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ବିଭାଗ ଏବଂ ରେଲୱେ ପୋଲିସ । ଦୁଇ ଅଭିଯୁକ୍ତ ହେଲେ ମୁମ୍ବାଇ ଥାନେ ଅଞ୍ଚଳର ବାବୁଲ କୁମାର (୩୨) ଏବଂ ରମେଶ କୁମାର (୩୩) ବୋଲି ଜଣା ପଡିଛି।

ସୂଚନା ଅନୁସାରେ, ଆଜି ସକାଳ ସମୟରେ ଅନୁଗୁଳ ରେଲୱେ ଷ୍ଟେସନ ଅଞ୍ଚଳରେ ବାବୁଲ କୁମାର ଏବଂ ରମେଶ କୁମାର ଙ୍କୁ ଅବକାରୀ ବିଭାଗ ଏବଂ ରେଲୱେ ପୋଲିସ ସନ୍ଦେହ କରି ଯାଞ୍ଚ କରିଥିଲା । ଦୁଇ ଜଣଙ୍କ ପାଖରୁ ପାଖାପାଖି ୫୧ କେଜି ଗଞ୍ଜେଇ ମୁମ୍ବାଇ ଅଞ୍ଚଳକୁ ନେଇ ଯାଉଥିବା ଜଣା ପଡିଥିଲା । ଦୁଇ ଜଣଙ୍କୁ ଗିରଫ କରିବା ସହ ୫୧ କେଜି ଗଞ୍ଜେଇକୁ ମଧ୍ୟ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୪୦ ହଜାର ଟଙ୍କା ହେବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ କହିଛନ୍ତି । ସେମାନେ ଏହି ଗଞ୍ଜେଇ ମହାରାଷ୍ଟ୍ର ନେଇ ଯାଉଥିବା ଜଣା ପଡ଼ିଛି ।