ମୁଖ୍ୟ ଖବର ସଡକ ଦୁର୍ଘଟଣା ନେଲା ବାପ-ପୁଅଙ୍କ ଜୀବନ Angul OnlineApril 22, 2021April 22, 2021 ଅନୁଗୁଳ – ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଛେଣ୍ଡିପଦା ଥାନା ହରିବେରେଣୀ ଗାଁ ବଳରାମ ପ୍ରଧାନ ଓ ତାଙ୍କ ବାପା ଅର୍କ୍ଷିତ ପ୍ରଧାନ । ସୂଚନା ଅନୁସାରେ ଦୁଇଜଣ ମୋଟରସାଇକେଲ ଆରୋହି ଜାତୀୟ ରାଜପଥ ୫୫ ରେ ବାମୂର ଗାଁ ବଳରାମଙ୍କ ଶ୍ଵଶୁର ଘରୁ ଛେଣ୍ଡିପଦା ଘରକୁ ଫେରୁଥିଲେ । ତେବେ ପ୍ରତାପପୁରଠାରେ ପଛରୁ ଦ୍ରୁତ ଗତିରେ ଏକ ଗାଡି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ନିଅଁ ଗାତରେ ପଡି ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ନିଅଁ ଖୋଳା ଯାଇଥିବା ଗାତରେ ପଡି ଜଣେ ୧୨ ବର୍ଷର ବାଳକର…
ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ ।…
ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଆଜି (ବୁଧବାର) ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟି …