ଛୁରା ମାଡରେ ବାପା ମୃତ – ମା ଏବଂ ପୁଅ ଗୁରୁତର

ଅନୁଗୁଳ – ହୋଲିରେ ରକ୍ତ ରଞ୍ଜିତ ହେଲା ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଗାଁ । ସାମାନ୍ୟ ବଚସାରୁ ସଙ୍ଗବଦ୍ଧ ଆକ୍ରମଣ କରିବା ସହ ଛୁରା ମାଡ ବୋଇଥିବା ଜଣା ପଡ଼ିଛି । ଛୁରା ମାଡରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମା ଏବଂ ପୁଅ ଗୁରୁତର ହୋଇଛନ୍ତି । ମୃତକ ସରାଙ୍ଗ ଗ୍ରାମର ବିଶ୍ଵନାଥ ବେଜ୍ ।

ସୂଚନା ଅନୁସାରେ , ବିଶ୍ୱନାଥ ଗାଧେଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ପଡ଼ିଶାଙ୍କ ସହ ସାମାନ୍ୟ କଥାକୁ ନେଇ ଉଚ୍ଚବାଚ୍ଚ ହୋଇଥିଲା । ପରେ ବିଶ୍ୱନାଥ ଘରେ ଥିବା ବେଳେ ହଠାତ ତାଙ୍କୁ କିଛି ଲୋକ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ପରିବାର ଲୋକ ଦୌଡ଼ି ଆସିବାରୁ ଆକ୍ରମଣକାରୀ ବିଶ୍ୱନାଥଙ୍କ ସ୍ତ୍ରୀ ସୁଜାତା ବେଜ ଓ ୧୯ ବର୍ଷୀୟ ପୁଅ ସୌଭାଗ୍ୟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ବିଶ୍ୱନାଥଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ନିକଟସ୍ଥ ତାଳଚେର ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶ୍ଵନାଥଙ୍କ ସ୍ତ୍ରୀ ସୁଜାତା ବେଜ ଏବଂ ତାଙ୍କ ପୁଅ ସୌଭାଗ୍ୟ ବେଜଙ୍କୁ ଗୁରୁତର ଅବସ୍ଥାରେ ମଣ୍ଡାପାଳ ଚିକିତ୍ସାଳୟରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page