ଅନୁଗୁଳ – ଓଡ଼ିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ଅନୁଗୋଳ ଶାଖା ତରଫରୁ ଭୋଜନ ବାହାର ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଫାର୍ମାସିଷ୍ଟ ଦିବସ -୨୦୨୫ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ୍ରଗ ଇନସପେକ୍ଟର ସୌରଭ ଗୌତମ, ଓଡ଼ିଶା ଫାର୍ମାସିଷ୍ଟ ମହାସଂଘ ରାଜ୍ୟ ସଭାପତି ଦୀପ୍ତି ରଂଜନ ସ୍ଵାଇଁ, କୋଷାଧ୍ୟକ୍ଷ ପାର୍ଥ ସାରଥି କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏଥିରେ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ଅସୁବିଧା ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।ମୂଖ୍ୟତଃ ଡ୍ରଗ ଲାଇସେନ ପ୍ରାପ୍ତ ତାଲିମଧାରୀ ଫାର୍ମାସିଷ୍ଟ ମାନେ ପ୍ରତ୍ୟେକ ଔଷଧ ଦୋକାନରେ କାମ କରିବା ଦରକାର , ଫର୍ମାସିଷ୍ଟ ମାନଙ୍କୁ ଛାଡି ଅନ୍ୟ କୌଣସି ଅଣଫର୍ମାସିଷ୍ଟ ବ୍ୟକ୍ତିଙ୍କୁ ଔଷଧ ରକ୍ଷଣାବେକ୍ଷଣ ବା ବିତରଣ ଦାୟିତ୍ଵ ଦିଆ ନଯିବା, ଡ୍ରଗ ଓ କସମେଟିକ୍ ଆକ୍ଟ ଓଡ଼ିଶାରେ ପାଳନ କରାଯିବା ବା ପଞ୍ଜୀକୃତ ଫାର୍ମାସିଷ୍ଟ ଯେଉଁଠି ବି କାର୍ଯ୍ଯ କରିବେ ସେମାନଙ୍କର ସର୍ବ ନିମ୍ନ ଦରମା ଟ୩୦୦୦୦/-ଙ୍କା (ତିରିଶ ହଜାର)ଧାର୍ଯ୍ୟ କରିବା, ପ୍ରତ୍ୟେକ ଔଷଧ ଦୋକାନର ଔଷଧ ବିଲ ଉପରେ ଫାର୍ମାସିଷ୍ଟର ଦସ୍ତଖତ ଓ ଷ୍ଟାମ୍ପ ରହିବା ଆବଶ୍ୟକ ଅଟେ । ସେହିଭଳି ପ୍ରତ୍ୟେକ ଔଷଧ ଦୋକାନରେ ଫାର୍ମାସିଷ୍ଟ ମାନେ ଧଳା ଆଫରୋନ ଏବଂ ନିଜର ପରିଚୟ ପତ୍ର ବ୍ୟବହାର କରିବା ବାଧ୍ୟତା ମୂଳକ ଅଟେ ବୋଲି ଆଲୋଚନା କରିବା ସହ ସରକାରଙ୍କୁ ଏହି ଦାବୀ କରିବାକୁ ପ୍ରସ୍ତାବ ରହିଥିଲା । ଫାର୍ମାସିଷ୍ଟ ସଂଘ ଅନୁଗୁଳ ଶାଖାର ସଭାପତି ସତ୍ୟଜିତ୍ ନାଥଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବରିଷ୍ଠ ଉପଦେଷ୍ଟା ସଞ୍ଜୟ ପ୍ରଧାନ, ଉପସଭାପତି ବିଜୟାଲକ୍ଷ୍ମୀ ପ୍ରଧାନ, ସାଧାରଣ ସମ୍ପାଦକ ବିଭୁତି ଭୂଷଣ ସାହୁ, ଯୁଗ୍ମ ସମ୍ପାଦକ ରଶ୍ମୀରଂଜନ ପ୍ରଧାନ, ଶକ୍ତି ମିଶ୍ର, ଅପିନ୍ଦ୍ର ଦେହୁରୀ, ରାଜ୍ୟ ସଂଯୋଜକ ବଲ୍ଲଭନନ୍ଦ ପ୍ରଧାନ ଏବଂ ସଂଗଠନ ସମ୍ପାଦକ ରଂଜନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କିଶୋର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।